ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଅଗଷ୍ଟ ପନ୍ଦର, ଭାରତ ଇତିହାସ ରେ ଏକ ସ୍ମରଣୀୟ ଦିବସ। ସମଗ୍ର ଭାରତ ରେ ମହା ଆଡମ୍ବର ରେ ଜାତୀୟ ପତାକା ଉତୋଳନ କରାଯାଇଛି।ଏହି ଉତ୍ସବ ଅବସର ରେ ନବରଙ୍ଗପୁର ସ୍ଥିତ ଦିବ୍ୟାଂ ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର, ଆଶା କିରଣ ରେ ବନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ମହେଶ୍ୱର ସ୍ୱାଇଁ, ଆଇ ଏ ଏସ, ଆସି ପହଂଚିଥିଲେ । ଆଶା କିରଣ ପିଲା ମାନେ ଫୁଲତୋଡ଼ା ଦେଇ ଶୁ ସ୍ବାଗତ କରିଥିଲେ। ପ୍ରଥମେ ଜିଲ୍ଲାପାଳ କେନ୍ଦ୍ର ପରିସର ମଧ୍ୟରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପରେ ଜାତୀୟ ପତାକା ଉତୋଳନ କରି ପିଲାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପିଲା ନିଜେ ନିଜକୁ କେବେ ଏକୋଟିଆ ବୋଲି ଭାବିବେ ନାହିଁ ବୋଲି କହିଥିଲେ। ଜିଲ୍ଲାର ସମସ୍ତ ଅଫିସର୍ ଠାରୁ ଆରମ୍ଭ କରି ଜିଲ୍ଲାପାଳ ମଧ୍ୟ ଆପଣଙ୍କ ସାଙ୍ଗରେ ଅଛନ୍ତି। ଯାହା ସମସ୍ୟା ଆସୁଛି ତାହାର ତୁରନ୍ତ ସମାଧାନ କରିବା ସଙ୍ଗେ ସଙ୍ଗେ ପିଲାଙ୍କୁ ଆଜିର ଦିନ ର ତାପ୍ତର୍ୟ୍ଯ ଉପରେ ପ୍ରାଞ୍ଜଳ ଭାବରେ କହିଥିଲେ ଏବଂ ନିଜ ହାତରେ ଏକ କଦମ୍ବ ବୃକ୍ଷ ପରିସର ମଧ୍ୟରେ ରୋପଣ କରି ବୃକ୍ଷ ହିଁ ଆମକୁ ଅମ୍ଳଜାନ ଦେଇ ଆଗାମୀ ଦିନ ଗୁଡ଼ିକ ରେ ହେବାକୁ ଥିବା ଦୈବୀ ଦୁର୍ବିପାକ ରୁ ବଞ୍ଚେଇ ପାରିବ ବୋଲି କହିଥିଲେ ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପ୍ରବର୍ତ୍ତାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏ ଧନୁର୍ଜୟ ରାଓ ଉପସ୍ଥିତ ଥିଲେ। ଶ୍ରୀ ପାତ୍ର ପିଲାଙ୍କ ଦ୍ଵାରା ପ୍ରସ୍ତୁତ ଫୁଲ ତୋଡା ର ଚାହିଦା ଏବଂ ସୁନ୍ଦର ଥିବାରୁ ଭିନ୍ନକ୍ଷମ ପିଲାଙ୍କ କ୍ଷମତା ଦକ୍ଷତା କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଦକ୍ଷତା ପିଲାଙ୍କ ଭବିଷ୍ୟତ ପାଇଁ ରୋଜଗାର ର ପନ୍ଥା ସୃଷ୍ଟି କରିବ ବୋଲି କହିଥିଲେ ।ପରେ ପରେ ଓଡ଼ିଶା ଡ୍ରାଇଭର ମହାସଂଘ ବିଶାଳ ରାଲି କରି ଆସି ପହଂଚିଥିଲେ। ପିଲାଙ୍କୁ ବିଭିନ୍ନ ମିଠା,ବିସ୍କୁଟ,କଦଳୀ , ସେଓ ବାଣ୍ଟି ପିଲାଙ୍କ ସାଙ୍ଗରେ ସଂଘ ସବୁବେଳେ ଅଛି ବୋଲି କହିଥିଲେ। ସଂଘର ଅନେକ ସଦସ୍ୟ ପିଲାଙ୍କ ହାତ ତିଆରି ଫୁଲତୋଡ଼ା ଏବଂ ରାକ୍ଷୀ କ୍ରୟ କରି ନେଇଥିଲେ। ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସମେତ ସମସ୍ତ କର୍ମଚାରୀ ତଥା ଇନ୍ଦ୍ରମଣି ମଙ୍ଗରାଜ, ସନ୍ଧ୍ୟାରାଣି ବେହେରା ,ଶାନ୍ତି ପଣ୍ଡା , ରଶ୍ମିତା ପ୍ରଧାନ, ପାର୍ବତୀ ଜାନୀ,ରିଙ୍କୁ ରାଜ ବେହେରା,ଈଶ୍ୱର ବଂଜରା, ରଶ୍ମିତ ଧାନଫୁଲ୍ ଏବଂ ଅନେକ ଅଭିଭାବକ ନେପାଳ, ପପୁନ,ମନୋଜ ,ଫୁଲମନ୍ ,ସୁଶାନ୍ତ, ପୁସ୍ତମ,କହ୍ନେଇ,ରମେଶ,ତପେଶ୍ୱର୍,ପରମେଶ୍ବର,ରଞ୍ଜନ,ଅନନ୍ତ, ପ୍ରଭୁଦାନ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.