ଗରଦପୁର ୧୫/୦୮/୨୦୨୫- ଦେଶ ଆଜି ଆନନ୍ଦ ଉଲ୍ଲାସର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଆଜି ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ସୁନିଲ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାତ୍ପର୍ୟ୍ୟ ବାବଦରେ ଆଲୋଚନା କରିଥିଲେ। ଏହି ଅବସରରେ ବସନ୍ତପୁର ଗ୍ରାମ ର କୁନି କୁନି ପିଲାମାନଙ୍କ ସହିତ ଟ୍ରଷ୍ଟ ର ଟ୍ରଷ୍ଟି ଡଃ ରୁଦ୍ର ମହାନ୍ତି, ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ମହାନ୍ତି, ସତ୍ୟ ଶେଖର ପରିଡ଼ା, ଅମିତାଭ ସାହୁ, ସ୍ୱରୂପ ମହାନ୍ତି, ସଂଯୁକ୍ତା ବିଶ୍ୱାଳ, ରାଜଦୀପ ମହାନ୍ତି, ରଣଜିତ ମହାନ୍ତି,କମଳ ଲୋଚନ ମହାନ୍ତି ଆଦି ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.