ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ , ଭାରତ ସରକାର ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଓଡ଼ିଶା ସରକାର ଙ୍କ ଦ୍ବାରା ନିର୍ଦ୍ଧାରିତ କାର୍ଯକ୍ରମ ମୁତାବକ ନିଶାମୁକ୍ତ ଭାରତ ଅଭିଯାନର ପଞ୍ଚ ବାର୍ଷିକ ପୂର୍ତି ଅବସରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୂଲ୍ୟରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ପ୍ରତିଜ୍ଞା ଗ୍ରହଣ ସମାରୋହ ଆୟୋଜନ ହୋଇଥିଲା।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଯୁବପିଢ଼ି ଏବଂ ସମ୍ପ୍ରଦାୟ ମଧ୍ୟରେ ନିଶାମୁକ୍ତ ସମାଜ ଗଠନ ବିଷୟରେ ସଚେତନତା ସୃଷ୍ଟି କରିବା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଧୁମିତା , ଜିଲ୍ଲାପାଳ , ଗଜପତି , ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ , ଗଜପତି , ଶ୍ରୀ ପ୍ରଦୀପ କୁମାର ସାହୁ , ଅବକାରୀ ଅଧିକ୍ଷକ , ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ, ଗଜପତି , ଶ୍ରୀ ଏଲ୍. ସନ୍ତୋଷ କୁମାର , ସାମାଜିକ ସୁରକ୍ଷା ଅଧିକାରୀ , ଡକ୍ଟର ଦୁର୍ଗା ପ୍ରସାଦ ପାଢି , ନିର୍ଦ୍ଦେଶକ (ପ୍ରଶାସନ) , ଡକ୍ଟର ଏସ୍.ପି. ନନ୍ଦ , ଡିନ୍ (ପ୍ରଶାସନ) ଏବଂ ଡକ୍ଟର ରିତେଶ କୁମାର , ଡିନ୍ – ଛାତ୍ର ବ୍ୟାପାର ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥିମାନେ ନିଶା ଓ ଅବକାରୀ ପଦାର୍ଥ ବ୍ୟବହାରର କ୍ଷତିକାରକ ପ୍ରଭାବ ଉପରେ ସଭାକୁ ଭାଷଣ ଦେଇଥିଲେ ଏବଂ ସମସ୍ତଙ୍କୁ ନିଶାମୁକ୍ତ ଭବିଷ୍ୟତ ପାଇଁ ଯୋଗଦାନ ଦେବାକୁ ପ୍ରେରଣା ଦେଇଥିଲେ। ମାନ୍ୟବର ଜିଲ୍ଲାପାଳଙ୍କ ନେତୃତ୍ୱରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଡିନ୍ , ଛାତ୍ର ଏବଂ କର୍ମଚାରୀମାନେ ଏକମତ ହୋଇ ଏକ ନିଶାମୁକ୍ତ ଭାରତ ଗଠନ କରିବାପାଇଁ ପ୍ରତିଜ୍ଞା ନେଇଥିଲେ। ନିଶା ମୁକ୍ତ ଭାରତର ବାର୍ତ୍ତାକୁ ଆଗକୁ ବଢ଼ାଇବା ପାଇଁ ଆହ୍ବାନ ସହିତ ସମାରୋହ ଶେଷ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post