ଓଡ଼ଗାଁ,୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ବିଭାଗୀୟ ମୁଖ୍ୟ ମୋହନ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ପ୍ରାଧ୍ୟାପକ ବିପିନ ମହାପାତ୍ର ମଂଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସଂସ୍କୃତ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ବିଭାଗର ଅଧ୍ୟାପିକା ଲଷ୍ମୀପ୍ରିୟା ପୃଷ୍ଟି ସଂସ୍କୃତ ଭାଷାର ମହତ୍ତ୍ୱ ବିଷୟରେ ବୁଝାଇବା ସହିତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାର ମହତ୍ତ୍ୱ ଉପରେ ଅଭିଭାଷଣ ରଖିଥିବା ବେଳେ ସମସ୍ତଙ୍କ ସହଯୋଗରେ ସଂସ୍କୃତ ଦିବସ ସାଫଲ୍ୟ ମଣ୍ଡିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.