ଓଡ଼ଗାଁ,୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରସିଦ୍ଧ ବିଷ୍ଣୁ କ୍ଷେତ୍ର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ପ୍ରମାଣ ପାଇବା ପରେ ଗୁରୁବାର ଅପରାହ୍ନରେ ମନ୍ଦିର ସମସ୍ତ ନୀତି ବନ୍ଦ ରହିବା ସହିତ ଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମନ୍ଦିର ଭିତର ବେଢ଼ା, ବାହାର ବେଢା, ରୋଷଘର ସହିତ ସମସ୍ତ ସ୍ଥାନକୁ ସୁଧ ପାଣିରେ ଧୁଆ ଯାଇ ଗୋବର ପାଣି ସିଞ୍ଚନ ଓ ଚୁନ ପକା ଯାଇଥିଲା ଶୋଧନ ହୋଇଥିଲା । ଏବଂ ଦର୍ଶନ ତଥା ଭୋଗ ମଣ୍ଡପରେ ପୁରୋହିତ ଶେଷଦେବ ଷଡ଼ଙ୍ଗୀଙ୍କ ଦ୍ବାରା ସ୍ବତନ୍ତ୍ର ପୂଜାବିଧି ଓ ସଂସ୍କାର ହୋମ ସମ୍ପର୍ଣ୍ଣ ହୋଇଥିଲା । ଏଥିସହିତ ତିନି ଠାକୁରଙ୍କ ମହାସ୍ନାନ ସହିତ ପାର୍ଶ୍ବ ଦେବାଦେବୀଙ୍କ ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା । ସମସ୍ତ ଶୋଧନ ନୀତି କାର୍ଯ୍ୟ ସରିବା ପରେ ପାଳିଆ ପଣ୍ଡା ଶ୍ରୀଧର ଦାଶଙ୍କ ସହ ଅନ୍ୟ ପାଳିଆ ଶେବକ ମାନଙ୍କ ସହଯୋଗରେ ଅଧ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ନୀତି ଆରମ୍ଭ ହୋଇଥିଲା । ସୂଚନା ଥାଉକି ବିଜେପି ଦଳ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟା ତଥା ନୟାଗଡ଼ ଜିଲ୍ଲା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେସ୍ବରୀ ସିଂ ବୁଧବାର ଦିନ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମରେ ଓଡ଼ଗାଁ ଆସିଥିବା ବେଳେ ସାରଦା ପ୍ରସାଦ ଶତପଥୀ ଓ ଅନ୍ୟ ସମର୍ଥକ ମାନଙ୍କ ସହିତ ରଘୁନାଥଙ୍କୁ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ । ଏହାରି ମଧ୍ୟରେ ଜଣେ ଅଣହିନ୍ଦୁ ସମର୍ଥକ ମନ୍ଦିର ମଧ୍ୟକୁ ଚାଲିଯାଇଥିଲେ । ଏନେଇ ଓଡ଼ିଶା ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଦ୍ବୀଲିପ କୁମାର ବିଶୋଇ ଅଣହିନ୍ଦୁ ପ୍ରବେଶକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଘଟଣାର ନିନ୍ଦା କରିଛନ୍ତି । ଏବଂ ଏହା ହିନ୍ଦୁ ମାନଙ୍କ ଭାବାବେଗକୁ ଆଘାତଦେବ ବୋଲି କହିବା ସହିତ ଘଟଣାର ଅନୁସନ୍ଧାନ ପାଇଁ ଦାବି ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ମନ୍ଦିର ମଧ୍ୟର ଏହି ଫଟୋ ଭାଇରାଲ ହେବା ପରେ ପ୍ରତ୍ୟୁଷାଙ୍କ ସହିତ ଜଣେ ଅଣହିନ୍ଦୁ ମନ୍ଦିରରେ ପ୍ରବେଶ କରିଥିବା ଜଣାପଡିଥିଲା । ମନ୍ଦିର ପ୍ରଶାସନ ଏନେଇ ପ୍ରାମାଣିକ ସୂଚନା ପାଇବା ପରେ ଗୁରୁବାର ଅପରାହ୍ନରେ ମନ୍ଦିର ଶୋଧନ ନୀତି ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post