ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୋ:୪ ଆହତ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:  ରାଞ୍ଚି-ବିଜୟଓ୍ୱାଡ଼ା ଜାତୀୟ ରାଜପଥ ତଥା ରେଢ଼ାଖୋଲ ବୌଦ୍ଧ ରାସ୍ତାର ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଛକ ନିକଟସ୍ଥ ବୁଲାଣିଆ ରେ ଆଜି ଅପରାହ୍ନ ସାଢ଼େ ୩ ଟାରେ ଏକ ଟେମ୍ପୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ସମେତ ୪ ଜଣ ଆହତ ହେଇଛନ୍ତି l ଆହତ ମାନେ ହେଲେ, ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ଼ବାହାଳ ପଞ୍ଚାୟତ ଖଣ୍ଡହତା ଗ୍ରାମର ଅହଲ୍ୟା ପ୍ରଧାନ(୩୫),ମୁକ୍ତା ସାହୁ(୩୦),ପାର୍ବତୀ ପ୍ରଧାନ(୨୬), ଓ କଦଳୀଗଡ଼ ପଞ୍ଚାୟତ ସାମସିଙ୍ଗା ଗ୍ରାମର ମଳୟ ପ୍ରଧାନ(୩୯) ଆହତ ମାନେ ରେଢ଼ାଖୋଲ ରୁ ବୌଦ୍ଧ ଅଭିମୁଖେ ଯାଉଥିବା ଓଡ଼ି୧୯ ଜେ ୪୬୦୫ ନଂମ୍ବର ବିଶିଷ୍ଠ ଟେମ୍ପୋରେ ଯାଉଥିବା ବେଳେ ଲଇଣ୍ଡାମାଳ ଛକ ନିକଟସ୍ଥ ବୁଲାଣିଆରେ ଚାଳକ ଭାରସାମ୍ୟ ହରାଇ ଆଜି ଟେମ୍ପୋଟି ଓଲଟି ପଡ଼ିଥିଲା l ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି l

Leave A Reply

Your email address will not be published.