ପୂଜା ବଜାର ଆବଣ୍ଟନ ଓ ବେଆଇନ ହସ୍ତାନ୍ତର ବିରୋଧରେ ପୂଜକ ଓ ସୁଆର ସେବକ ପରିଷଦର ଧାରଣା,

2

ଖେଚୁଡ଼ି ଭୋଗ ନୀତି ୨ ଘଣ୍ଟା ବିଳମ୍ବ

ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପୁଜକ ଓ ସୁଆର ସେବକ ପରିଷଦ ମଙ୍ଗଳବାର ବିଭିନ୍ନ ପୂର୍ବ ଅଭିଯୋଗର ନିରାକାରଣରେ ବିଳମ୍ବ ହେବାକୁ ନେଇ ହଠାତ୍ ଧାରଣାରେ ବସିଥିଲେ । ଫଳରେ ସକାଳ ୧୦ ରେ ହେବାକୁ ଥିବା ଖେଚୁଡି ଭୋଗ ନୀତିରେ ୨ ଘଣ୍ଟା ବିଳମ୍ବ ହୋଇ ମଧ୍ୟାହ୍ନ ୧୨ଟା ହୋଇଥିଲା । ଏହାକୁ ନେଇ ଅବଶିଷ୍ଟ ନୀତି ମଧ୍ୟ ସେହି ଅନୁପାତରେ ବିଳମ୍ବ ହୋଇଥିଲା । ସୂଚନା ଥାଉକି ପୂଜକ ସୁଆର ସେବକ ତରଫରୁ ୭ ଦଫା ଦାବି ମଧ୍ୟରୁ କେତେକ ସମାଧାନ ହୋଇଥିବା ବେଳେ ମୁଖ୍ୟତଃ ନୂତନ ପୂଜା ବଜାର ନିର୍ମାଣ ସକାଶେ ସାମୟିକ ଭାବେ ମନ୍ଦିର ବେଢାରେ ଖୋଲା ଯାଇଥିବା ଦୋକାନ ନୂତନ ପୂଜା ବଜାରକୁ ସ୍ଥାନାନ୍ତର ନହୋଇ ମନ୍ଦିର ବେଢାରେ ସୌଧର୍ଯ୍ୟ ନଷ୍ଟ କରିବା ସହିତ ସ୍ଥାନକୁ ସଙ୍କୁଚିତ କରୁଛି । ନୂତନ ପୂଜା ବଜାର ହାତେଇଥିବା ବ୍ୟବସାୟୀ ମାନେ ବେଆଇନ ଭାବେ ଅନ୍ୟକୁ ୬ ରୁ ୭ ଲକ୍ଷ ଦରରେ ବେଆଇନ ଭାବେ ବିକ୍ରିକରିବାକୁ ତୀବ୍ର ବିରୋଧ କରାଯାଇ ଆଜିର ଖେଚୁଡ଼ି ଧୂପ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସମସ୍ତେ ଭଞ୍ଜ ମଣ୍ଡପରେ ଧାରଣାରେ ବସିଥିଲେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଏବଂ ପୂର୍ବତନ ଓଡ଼ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିବାକର ନାୟକ ଧାରଣା ସ୍ଥଳରେ ପହଁଚି ବୁଝାସୁଝା କରିବା ସହିତ ୧୫ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ । ଏବଂ ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମନ୍ଦିର ଠାରେ ପହଁଞ୍ଚି ଦାବି ଗୁଡ଼ିକ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.