ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଭଞ୍ଜନଗର ରୋଟାରୀ କ୍ଲବ୍ ପକ୍ଷରୁ ବିଜ୍ଞାନ ପ୍ରତିପାଦିତଗର୍ଭୋତ୍ସବ ସଂସ୍କାର ସମ୍ପର୍କିତ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ପି ଶ୍ରୀନୀବାସ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ୍ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଓଡ଼ିଶା ଶାଖାର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଏବଂ ସଂଯୋଜକ ସନ୍ଧ୍ୟା ରାଣୀ ମହାପାତ୍ର ଯୋଗ ଦେଇ ଆସନ୍ତୁ ଗଢିବା ସଂସ୍କାରବାନ୍ ପୀଢି ଶୀର୍ଷକରେ ବକ୍ତବ୍ୟ ରଖିଥିଲେ I ପ୍ରବଚକ ଶ୍ରୀ ମହାପାତ୍ର ଆସନ୍ତୁ ଗଢ଼ିବା ସଂସ୍କାରବାନ୍ ପୀଢି କାର୍ଯ୍ୟକ୍ରମକୁ ବିଶ୍ବର ଅଷ୍ଟମ ଆନ୍ଦୋଳନ ବୋଲି ଅଭିହିତ କରିବା ସହିତ ଆମେ ବଦଳିଲେ ଯୁଗ ବଦଳିବ ଏବଂ ଆମେ ସୁଧୁରିଲେ ଯୁଗ ସୁଧୁରିବ ବୋଲି କହିଥିଲେ I ଏହା ସହିତ ଶିଶୁର ଗର୍ଭାବସ୍ଥା ରୁ ଯଦି ମାଆଟିଏ ଚାଲିଚଳଣ, ଖା୍ଦ୍ୟପେୟ ,ଚରିତ୍ର ଆଦିରେ ସଂଯମତା ରକ୍ଷାକରେ ତେବେ ଦେବତୁଲ୍ୟ ସନ୍ତାନ ଜନ୍ମ ହୋଇପାରିବ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରୋଟାରୀ କ୍ଲବ୍ ସଭାପତି ପ୍ରଶାନ୍ତ କୁମାର ସାହୁ, ପ୍ରଦ୍ଯୁମ୍ନ କୁମାର ମଳିକ,ରବୀନ୍ଦ୍ର କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ଜେନା,ବିଚିତ୍ର ପାଣିଗ୍ରାହୀ, ଦିଲ୍ଲୀପ କୁମାର ରାଜୁ,ଭି ଦେବୀ ପ୍ରସାଦ ପାତ୍ର, ସିଏଚ୍ ସନତ୍ କୁମାର ସୁବୁଦ୍ଧିଙ୍କ ସମେତ ସମସ୍ତ ରୋଟାରୀ କ୍ଳବ୍ ସଦସ୍ୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ରୋଟାରିଆନ ସୁଧୀର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post