ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜି ( ସୋମବାର) ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଦେଶ କ୍ରମେ ମିଶନ ଶକ୍ତି ସଂଘ ମାନଙ୍କ ମାଧ୍ୟମ ରେ ଜିଲ୍ଲାର ପ୍ରତ୍ୟେକ ପରିବାର କୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ। ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ୍ ବାରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିତରଣ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକକୁ ଏକ ଲକ୍ଷ ପତାକା ବଣ୍ଟନ କରାଯାଇଛି। ଏହି ପତାକା ଜିଲ୍ଲାର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ପ୍ରତ୍ୟେକ ଘର ଘର ବୁଲି ବିନା ମୂଲ୍ୟରେ ଜାତୀୟ ପତାକା ବଣ୍ଟନ କରାଯିବ।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ଜିଲ୍ଲା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ଓ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ପ୍ରମୁଖ ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.