ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ-୨୦୧୩ କାର୍ଯ୍ୟକ୍ରମ

4

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ-୨୦୧୩ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ରାଜନୀତୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଆଇନ୍ ଉପରେ ସବିଶେଷ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମକୁ ପ୍ରିଜାଇଡ଼ିଂ ଅଫିସର୍ ପିଙ୍କି ପାତ୍ର ପରିଚାଳନା କରିଥିଲେ I ମହାବିଦ୍ୟାଳୟର ଯୌନ ନିର୍ଯ୍ୟାତନା ନିବାରଣ ବିଭାଗରେ ରହିଥିବା ପ୍ରଫୁଲ୍ଲ କୁମାର ଜେନା, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଶୋକ କୁମାର ସ୍ୱାଇଁ, ଅଧ୍ୟାପକ ସପନ କୁମାର ପ୍ରଧାନ, ରଞ୍ଜିତ୍ କୁମାର ସାମଲ୍ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.