ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଅଚଳ : ସମୂହ ଛୁଟିରେ ଅଛନ୍ତି ରାଜସ୍ବ ଅମଲା।

4

 କେନ୍ଦୁଝର,ତା୧୧/୮- ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ଆଜି ତା୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ, ଆଇସିଡ଼ିଏସ୍ , ଆଇଟିଡିଏ ପ୍ରଭୃତି କାର୍ଯ୍ୟାଳୟର ରାଜସ୍ବ ଅମଲା ମାନେ ସମୂହ ଭାବେ ନିଜ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିଜର ଛୁଟି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆବେଦନ କରିଛନ୍ତି।   ଏହି ପରିପ୍ରେକ୍ଷୀରେ ରାଜସ୍ବ ଅମଲା ମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ, ଆନନ୍ଦପୁର ଉପଜିଲ୍ଳାପାଳ ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ ରାଜସ୍ବ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କର ମୁଖ୍ୟ ଦାବୀ ଲେଭେଲ ୯ ଓ ପଦବୀ ପୁନର୍ଗଠନ ନିମନ୍ତେ ଦାବୀ ଜଣାଇଛନ୍ତି। ଏହି ଆନ୍ଦୋଳନ ଲାଗି ସାଧାରଣ ଲୋକେ ସରକାରୀ କାମକୁ ଆସି ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ଥିବାରୁ ଏମାନଙ୍କ ଯଥାର୍ଥ ଦାବୀ ସରକାର ମାନି ନେବାକୁ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.