( ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ): ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଅନନ୍ତ ପୁର ରାସ୍ତା ଉପରେ ଏକ ଭାରି ଯାନ ଟ୍ରକ୍ ଧକ୍କାରେ ଏକ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡିଥିଲା। ଯାହା ଫଳରେ ଟ୍ରାକ୍ଟର ର ଡ଼୍ରାଇଭର ଓ ହେଲ୍ପର୍ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ର ଡ଼୍ରାଇଭର ଓ ହେଲ୍ପର୍ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଚମାଖଣ୍ଡି ଥାନା ପୋଲିସ୍ ଓ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ କ୍ରେନ୍ ଯୋଗେ ଟ୍ରାକ୍ଟର କୁ ରାସ୍ତାରୁ ହଟାଇ କିଛି ସମୟ ପାଇଁ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାର ସମାଧାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.