ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଅଭିଯୋଗ କୁ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର-୧୧/୦୮- ବର୍ତ୍ତମାନ ଦେଶରେ ବାରମ୍ବାର ବିଜେପି ସରକାରକୁ ଆସୁଛି । ଜନତାଙ୍କ ମୁଡ ବିଜେପି ବିରୋଧି ଥିଲେ ହେଁ ଭୋଟ ଗଣତି ବେଳକୁ ଅଚାନକ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ଲାଭ କରୁଛି । ଲୋକସଭା ହେଉ କି ବିଧାନ ସଭା ହେଉ ଭାରତୀୟ ଜନତା ପାର୍ଟି ସରକାର କୁ ଆସିବା ପାଇଁ ଦେଶର ନିର୍ବାଚନ କମିଶନକୁ ନିଜ ହାତ ବାରିଶି କରି ଦଳ କୁ ସୁହେଇଲା ଭଳି ନିର୍ବାଚନ କମିଶନ କୁ ଭୋଟ ଚୋରୀ ପାଇଁ ବ୍ୟବହାର କରୁଛି ବୋଲି ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ କୁ ଆହୁ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ଦଳ ତରଫରୁ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସହ ଆହୁରି ଆନୁସଙ୍ଗିକ ପ୍ରମାଣ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଅଭିଷେକ ମହାନନ୍ଦ ରାହୁଲ ଗାନ୍ଧୀ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀର ବିଡିଓ ପ୍ରଦର୍ଶନ କରିବା ସହ ରାହୁଲ ଙ୍କ ଅଭିଯୋଗ ର ସମସ୍ତ ଦିଗ ଗୁଡିକୁ ବ୍ୟାଖ୍ୟା କରିଥିଲେ । ଯେପରି କି ଓଡିଶାରେ ଜିଲ୍ଲା ପରିଷଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ଅତି ନୈରାଶ୍ୟଜନକ ଥିବା ବେଳେ ବିଜେପି ୨୧ ରୁ ୨୦ ଲୋକ ସଭା ଆସନ ଓ ରାଜ୍ୟରେ ସରକାର ଗଢିବାରେ ସହାୟକ ହେବା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାଜ୍ୟରେ ନିର୍ବାଚନି ହାୱା ଆଦୌ ବିଜେପି ସପକ୍ଷରେ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ନିର୍ବାଚନୀ ସଭାରେ ବିଜେପି ସରକାର ର ଶପଥପାଠ ର ତାରିଖ ଘୋଷଣା କରିଦେଇଥିଲେ । ଏହା ସ୍ପଷ୍ଟ କରୁଛି ଯେ ନିର୍ବାଚନ ହେବା ପୂର୍ବରୁ ନିର୍ବାଚନ କମିଶନଙ୍କୁ ହାତ ବାରିଶି କରି ଭୋଟ ଚୋରି କରିବାର ସମସ୍ତ ବନ୍ଦୋବସ୍ତ ହୋଇସାରିଥିଲା । ମହାରାଷ୍ଟ୍ର, ଛତିଶଗଡ ନିର୍ବାଚନ ରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ରେ ବିଜେପି ସରକାର ଗଠନ କରିବାରୁ ଭୋଟ ଚୋରୀ ଅଭିଯୋଗକୁ ଲୋକେ ଗ୍ରହଣ କରିବାର ଅବସ୍ଥାରେ ଅଛନ୍ତି । ଗୋଟିଏ ହାଉସହୋଲ୍ଡ ନମ୍ବରରେ ଶ୍ରହସ୍ରାଧିକ ଭୋଟର ବାହାରିବା, ଜଣେ ବ୍ୟକ୍ତି ର ନାଁ ଭୋଟର ଲିଷ୍ଟରେ ସଂଖ୍ୟାଧିକ ବୁଥ ରେ ବାହାରିବା, ଭୋଟର ଲିଷ୍ଟରେ ଅତି ଅସ୍ପଷ୍ଟ ଫଟୋ ଛପାହେବା, ଅନେକ ଭୋଟର ଲିଷ୍ଟରେ ହାଉସହୋଲ୍ଡ ନମ୍ବର ୦ ବାହାରିବା, ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଅନେକ ଲୋକେ ପ୍ରଥମଥର ଭୋଟଦାତା ଭାବେ ପଞ୍ଜିକୃତ ହେବା ଇତ୍ୟାଦି ର ତର୍ଜମା କରି ଭୋଟ ଚୋରୀ ର ସମସ୍ତ ପ୍ରମାଣ ରାହୁଲ ଗାନ୍ଧୀ ଉପସ୍ଥାପନା କରିଛନ୍ତି ବୋଲି କଂଗ୍ରେସ ଦଳ ତରଫରୁ ସୂଚନା ଦିଆଯାଇଥିଲା । ନିର୍ବାଚନ କମିଶନ ଏ ସବୁ ଅଭିଯୋଗ ର ଉତ୍ତର ନ ଦେଇ ଦୁର୍ଭାଗ୍ୟଜନକ ଭାବରେ ସେ ଦେଶର ବିରୋଧି ଦଳ ନେତାଙ୍କୁ ଅଭିଯୋଗ ସହ ଶପଥପାଠ ପ୍ରଦାନ ପାଇଁ କହୁଛନ୍ତି । ଯାହାକି ସ୍ପଷ୍ଟ ସୁଚାଉଛି ଯେ ନିର୍ବାଚନ କମିଶନ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ହାତ ବାରିଶି ସାଜିଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଏ ସବୁ ଯଦି ନିରପେକ୍ଷ ତଦନ୍ତ କରି ଭୋଟ ଚୋରୀ ର ସ୍ପଷ୍ଟ ଚିତ୍ର ଦେଶବାସୀଙ୍କୁ ନିର୍ବାଚନ କମିଶନ ନ ଦିଅନ୍ତି ତେବେ କଂଗ୍ରେସ ଦଳ ଏହି ଚଞ୍ଚକତା ବିରୁଦ୍ଧରେ ଆଇନ ର ଆଶ୍ରୟ ନେବା ସହ ସାରା ଦେଶରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅନିଲ ମେହେର, ବରିଷ୍ଠ ନେତା ମନୀଷ ମିଶ୍ର ମଂଚାସିନ ଥିବା ବେଳେ ସାନନ୍ଦ ମିଶ୍ର,ଯୁବନେତା ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିରନ ସେଠ, କୈଳାସ ମିଶ୍ର , ପ୍ରମୁଖ ଉପସ୍ଥିତ ଥିଲେ ।