ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଵାଗତ ସଙ୍ଗୀତ ସହ ପରିଚୟ ପ୍ରଦାନ କରାଯାଇଥିଲା।ଆଜିର ଛାତ୍ର ଛାତ୍ରୀ କାଲିର ଭବିଷ୍ୟତ ନାଗରିକ ବୋଲି କହିବା ସହ ମହାବିଦ୍ୟାଳୟ ରେ ଶୃଙ୍ଖଳିତ ରହି ଉଚ୍ଚାଭିଳାଷ ହେବାକୁ ଅଧ୍ୟକ୍ଷ ଶ୍ରୀ ଗନ୍ତାୟତ କହିଥିଲେ। ପିତାମାତା ଙ୍କ ସ୍ବପ୍ନ ସାକାର କରିବା ପାଇଁ ନିୟମିତ ମହା ବିଦ୍ୟାଳୟ କୁ ଆସି ପାଠ ପଢିବାକୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଉର୍ମିଳା ବ୍ରହ୍ମା କହିଥିଲେ।ଉଜ୍ଜ୍ବଳ ଭବିଷ୍ୟତ ଗଠନ ନିମନ୍ତେ ଏକାଗ୍ରତା ଜରୁରୀ ଥିବା ବେଳେ ମହାବିଦ୍ୟାଳୟ ରେଗିଂ ମୁକ୍ତ ଅଞ୍ଚଳ ବୋଲି କହିଥିଲେ। ଏହି ଅବସରରେ ଡ୍ରେସ୍ କୋଡ,ଶୃଙ୍ଖଳା,ଶୃଙ୍ଖଳା ସହ ନୀତି ନିୟମ ମାନେ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଂଯୋଜକ ରୋଷନ୍ ପାଇକ,ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ, ମନିଷା ସରକାର ,ଅଧ୍ୟାପକ ମହେନ୍ଦ୍ର ଦେବର ପଲ୍ଲୀ, ମେକ୍ସ ମଦ୍ରକ୍ଷ ନାୟକ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.