ନନ୍ଦପୁରା ରେ ଅନୁସୂଚିତ ଜନଜାତି ସମାଜ ର ପଞ୍ଚାୟତ ସ୍ତରୀୟ କମିଟି ଗଠିତ

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୧୦/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ନନ୍ଦପୁରା ଗ୍ରାମ ରେ ଅନୁସୂଚିତ ଜନଜାତି ସମାଜ ର ଏକ ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନନ୍ଦପୁରା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଅନୁସୂଚିତ ଜନଜାତି ବର୍ଗର ଲୋକ ଉପସ୍ଥିତ ରହି ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ବିଶେଷ କରି ଅନୁସୂଚିତ ଜନଜାତି ବର୍ଗ ର ଲୋକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଥିବା ବେଳେ ଶିକ୍ଷା ରେ ପଛୁଆ ରହୁଥିବା ନେଇ ଆଲୋଚନା ହୋଇଥିଲା। ନନ୍ଦପୁରା ଗ୍ରାମ ପଞ୍ଚାୟତ କୁ ଶିକ୍ଷା ,ସ୍ବାସ୍ଥ୍ୟ,ଗମନା ଗମନ ସହ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଏହି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠିତ ହୋଇଥିଲା ଏଥିରେ ସଭାପତି ଭାବେ ଅନାଦୁ ସୁନା,ଉପ ସଭାପତି ସୁଶାନ୍ତ ସଗରିଆ,ସମ୍ପାଦକ ମୟ ପନକା ଓ କୋଷାଧ୍ୟକ୍ଷ ଭାବେ ଭାସ୍କର ସୁନା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଅନୁସୂଚିତ ଜନଜାତି ର ବାର୍ଷିକ ଉତ୍ସବ ପ୍ରତିବର୍ଷ ଜାନୁଆରୀ ୫ ତାରିଖ ରେ କରାଯିବାକୁ ନିଷ୍ପତି ନିଆ ଯାଇଥିଲା।ଅନୁସୂଚିତ ଜନଜାତି ର ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ଓ ସମାଜ ର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବା ନେଇ ନିଷ୍ପତି ହୋଇଥିଲା।କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମହେଶ ପନକା,ରିବି ସୁନା, ଆଲଫ୍ରେଡ ସୁନା,ପ୍ରଦୀପ କଛପ, ଜୟଦାନ କନ୍ଧପାନ, ରତି ମଙ୍ଗୁରି,ସୁରେନ୍ଦ୍ର ହରିଜନ, ଶୁକଚାନ୍ଦ ହରିଜନ, ମକୁନ୍ଦ କନ୍ଧପାନ ଓ ମିଥୁନ କନ୍ଧପାନ ଥିବା ବେଳେ ୨୫ ଜଣିଆ ପରିଚାଳନା କମିଟି ଗଠନ କରାଯାଇଥିଲା।

Leave A Reply

Your email address will not be published.