ପୁରୀ, ୧୦/୮: ଆସନ୍ତା ଶନିବାର ଭାରତ ପାଳିବ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ ‘ହର ଘର ତିରଙ୍ଗା’ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣ ବେଳାଭୂମିରେ ଏକ ପ୍ରଭାବଶାଳୀ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। ନିଖୁଣ ବାଲୁକା କଳା ସହିତ ଜାତୀୟ ପତାକା ଉଡ଼ୁଥିବା ଦୃଶ୍ଯ କୁ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ବେସ୍ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ପରିବାରକୁ ତ୍ରିରଙ୍ଗା ଉତୋଳନ କରିବାକୁ ଆହ୍ୱାନ ଦେଶପ୍ରେମକୁ ମଜବୁତ କରିବ, ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସଂରକ୍ଷଣ କରିବ ଏବଂ ନାଗରିକମାନଙ୍କୁ ଦେଶ ପ୍ରତି ସେମାନଙ୍କର କର୍ତ୍ତବ୍ୟ ମନେ ପକାଇବ। “ଭାରତ ଏକ ମହାନ ଦେଶ, ଏବଂ ଏହାର ସମ୍ମାନ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।