ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

4

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟି ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏ ବର୍ଷ କିପରି ଭଲ ଭାବରେ ସାର୍ବ ଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା। ସାର୍ବଜନୀନ ଦୁର୍ଗା ପୂଜା କମିଟିର ସମ୍ପାଦକ ସୁମନ କୁମାର ସାହୁ ବିଗତ ବର୍ଷରେ ୪ ଲକ୍ଷ ୮୫ ହଜାର ଟଙ୍କା ଆୟ କରାଯାଇଥିବା ବେଳେ ୪ ଲକ୍ଷ ୯୫ ହଜାର ୮ ଶହ ଟଙ୍କା ବ୍ୟୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏବର୍ଷ ପୂଜା ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କାର ଆବଶ୍ୟକତା ନିମନ୍ତେ ଆଲୋଚନା କରାଯାଇଥିଲା । ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଚୁଲି ଚାନ୍ଦାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ କାଉନସିଲରଙ୍କ ତତ୍ୱାବଧାନରେ ଚୁଲି ଚାନ୍ଦା ଆଦାୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ପୂର୍ବ ବର୍ଷ ଭଳି ଏବର୍ଷ ସମସ୍ତଙ୍କୁ ନିୟମ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୟାଗଡ଼ ସହରର ସର୍ବ ପୁରାତନ ପୂଜା ଅନୁଷ୍ଠାନ ହେଉଛି ସାର୍ବଜନୀନ ଦୁର୍ଗାପୂଜା କମିଟି। ବିଗତ ୬୪ ବର୍ଷ ତଳେ ତତକାଳୀନ ପ୍ରଶାସନିକ ଅଧିକାରୀ ଭ୍ରମରବର ଜେନା ଓ କିଛି ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା। ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁ ସମ୍ପର୍କ ଗଢ଼ି ତୋଳିବା ଲକ୍ଷରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ସଭାପତି ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରାରମ୍ଭିକ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପ୍ରଧାନ, ଶ୍ରୀକାନ୍ତ ଖଟେଇ, ଜାନକୀ ବଲ୍ଲଭ ଜେନା, ବାଲାଜି ସାହୁ, ନେତ୍ରାନନ୍ଦ ସାହୁ, ରୁଦ୍ର ନାରାୟଣ ରଥ ପ୍ରମୂଖ ଉପସ୍ଥିତ ରହି ସୁଚିନ୍ତିତ ମତ ରଖିଥିଲେ । ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରାଯିବା ସହ ଅନାବଶ୍ୟକ ବ୍ୟୟକୁ ବାଦ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୂଜାକୁ ସୁଚାରୁଋପେ ପରିଚାଳନା ପାଇଁ ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବାକୁ ନୟାଗଡ଼ ବିଧାୟକ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.