ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ର କଳାକାର ତଥା ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କୁ ଅଦ୍ୟ ୦୯ ଅଗଷ୍ଟ ୨୦୨୫ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ହଜଖସ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ସାଇ କଲଚରାଲ ସୋସାଇଟି ତରଫରୁ ପବିତ୍ର ରକ୍ଷିପୁର୍ଣିମା କୁ ବିଶ୍ବ ରସାବଳୀ ଦିବସ ଭାବରେ ପାଳନ ଅବସର ରେ ସମ୍ମର୍ଦ୍ଧିତ କରାଯାଇଛି। ତାଙ୍କର ସଂଗୀତ ନିର୍ଦ୍ଧେଶନା ଜୟଶ୍ରୀ ଧଳ ଙ୍କ କଣ୍ଠ ସ୍ବରରରେ ଏକ ସୁନ୍ଦର ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଅଛି। ଦୁଇ ହଜାର ରୁ ଉର୍ଦ୍ଧ ମଞ୍ଚ ରେ ନିଜର କଳା ପରିବେଶଣ ଜିଲ୍ଲା କୁ ଗୌରବାନ୍ୱିତ କରିଛନ୍ତି । ଜୋସ୍ନାମୟୀ ପରିଡା ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ଡ଼ ଜୟଶ୍ରୀ ଧଳ, ଶାଶ୍ୱତ ତ୍ରିପାଠୀ,ରୁଦ୍ର ମହାନ୍ତି, ବାପି ଜେନା ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଦିର ର ସମ୍ପାଦକ ଶ୍ରୀଯୁକ୍ତ ରବି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଜୟଶ୍ରୀ ଓ ଶାଶ୍ୱତ ରସାବଳୀ କିପରି କେନ୍ଦ୍ରାପଡା ବଳଦେବ ଜୀଉ ଙ୍କ ମୁଖ୍ୟ ପ୍ରସାଦ ଯାହା ସାରା ବିଶ୍ୱ କୁ ଓଡିଶା ର କେନ୍ଦ୍ରାପଡା ଜିଲ୍ଲା ର ପରିଚୟ ସୃଷ୍ଟି କରିଛି ତାହା ଗୀତ ମାଧ୍ୟମରେ ବର୍ଣ୍ଣନା କରିଥିଲେ।ସମସ୍ତଙ୍କ ପାଇଁ ରସାବଳୀ ଏବଂ ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post