ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସଙ୍କ ଗହଣରେ ରକ୍ଷାବନ୍ଧନ ପାଳନ କଲେ ବିଧାୟକ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସଙ୍କ ଗହଣରେ ରକ୍ଷାବନ୍ଧନ ପାଳନ କଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ। ଯାହାକୁ ନେଇ ଚିକିତ୍ସାଳୟର ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ କାମନା କରିବା ସହ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି।
ଭାଇଭଉଣୀ ସମ୍ପର୍କର ପବିତ୍ର ବନ୍ଧନକୁ ଉଜ୍ଜୀବିତ କରିଥାଏ ଆଜି ଦିନ , ସବୁ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ସୁରକ୍ଷାର ଦାୟିତ୍ଵ ନିଭାଇବାକୁ ଭରସା କରିଥାଏ। ଅପରପକ୍ଷରେ ଭଉଣୀର ସମସ୍ତ ସୁଖ ଦୁଃଖରେ ଠିଆ ହେବାପାଇଁ ଭରସା ଦେଇଥାଏ ଭାଇ। ଏପରି ସମୟରେ ଘରେ ଭାଇଙ୍କ ପାଖରେ ରହି ରାକ୍ଷୀ ବାନ୍ଧିବା ସହ ପୂଜାର୍ଚ୍ଚନା କରି ଭାଇଙ୍କ ଶୁଭ ମନାସିବା ପରିବର୍ତ୍ତେ ଏହାକୁ ଜଳାଞ୍ଜଳି ଦେଇ ହସ୍ପିଟାଲରେ ରୋଗୀଙ୍କ ସେବାରେ ନିୟୋଜିତ ହୋଇଥାନ୍ତି ଏହି ମହିଳା ସ୍ବାସ୍ଥ୍ୟକର୍ମୀମାନେ। ଭଉଣୀର ଏହି ଅବଶୋଷକୁ ପୁରଣ କରିବାକୁ ଜଣେ ଦାୟିତ୍ବବାନ ଭାଇ ଭାବରେ ହସ୍ପିଟାଲରେ କାମ କରୁଥିବା ଭଉଣୀ ମାନଙ୍କ ନିକଟରେ ପହଞ୍ଚିଥିଲେ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ।
ଆଜିର ଏହି ପବିତ୍ର ରକ୍ଷାବନ୍ଧନ ଅବସରରେ ନର୍ସ ତଥା ସ୍ବାସ୍ଥ୍ୟକର୍ମୀଙ୍କ ଗହଣରେ ବିଧାୟକଙ୍କୁ ପାଇ ଫୁଲ ପୁଷ୍ପରେ ବନ୍ଦାପନା କରିବା ସହ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ବିଧାୟକଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଯାହାକୁ ନେଇ ମହିଳା ସ୍ବାସ୍ଥ୍ୟକର୍ମୀ ଖୁସି ବ୍ୟକ୍ତ କରିବା ସହ ବିଧାୟକଙ୍କ ମହାନତାକୁ ସାଧୁବାଦ ଜଣାଇଛନ୍ତି। ଅପରପକ୍ଷରେ ଜଣେ ଦାୟିତ୍ବବାନ ଭାଇର ଦାୟିତ୍ଵ ନିର୍ବାହ କରିବାକୁ ଆସିଥିବା କହିଛନ୍ତି ବିଧାୟକ।

Leave A Reply

Your email address will not be published.