ଚର୍ଦ୍ଦାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗା ଧର ଜୟନ୍ତୀ ପାଳିତ।

4

ପଦ୍ମପୁର :- ଚର୍ଦ୍ଦାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଓ ଅତିଥି ମାନଙ୍କ ଦ୍ଵାରା ଗଙ୍ଗାଧର ମେହେର ଙ୍କ ଫୋଟୋ ଚିତ୍ରରେ ମାଲ୍ୟର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ ହୋଇ ଥିଲା। ମନୋଜ ମହାନନ୍ଦ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ଥିଲା। ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଗଙ୍ଗାଧର ମେହେର ଙ୍କ ବିଷୟ ରେ ଆଲୋଚନା କରି ଥିଲେ। ମୁଖ୍ୟ ବକ୍ତା ନାଟ୍ୟକାର ରାଜେନ୍ଦ୍ର କୁମାର୍ ମହାନ୍ତି ଗଙ୍ଗାଧର ମେହେରଙ୍କ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.