ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରଦ୍ଧାନନ୍ଦ ସରସ୍ଵତୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ,ଗୋ – ପୂଜନ, ବୃକ୍ଷ ପୂଜନ ସହିତ ଉପସ୍ଥିତ ଶିଶୁ ଭାଇ ,ଭଉଣୀ ତଥା ସଭାସଦ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ବିଶ୍ଵ ଗୋଟିଏ ପରିବାର ଓ ସମସ୍ତେ ପରସ୍ପରଙ୍କୁ ସୁରକ୍ଷା ଦେବା ମହାନ୍ କର୍ତ୍ତବ୍ୟ ବୋଲି ଦର୍ଶାଇ ଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ , ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର,କୋଷାଧ୍ୟକ୍ଷ ଚିନମ୍ ରବୀନ୍ଦ୍ର ସୁବୁଦ୍ଧି,ସଭ୍ୟା ପି. ସସ୍ମିତା ପାତ୍ର,ଶୁଭେଚ୍ଛୁ ପି.ସୁନିଲ ପାତ୍ର,ଉପଦେଷ୍ଟା ଚିଦାନନ୍ଦ ପାତ୍ରଙ୍କ ସମେତ ବହୁ ଅଭିଭାବକ ଓ ଅଭିଭାବିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନିଶା ନିବାରଣ ବ୍ରତ ପାଳିତ ହୋଇଥିଲା I ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିରିଶିରୁ ଊର୍ଦ୍ଧ୍ଵ ମହିଳା ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଶାଠାରୁ ଦୂରେଇ ରହିବା ପାଇଁ ଶପଥ କରାଇଥିଲେ I ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରି ଥିବାବେଳେ ଅନୁଷ୍ଠାନର ସେବାବ୍ରତୀ ନିରୁପମା , ରିଙ୍କି , ମମତା ,ଉଷା ରାଣୀ, ସ୍ମିତା,ଦିପ୍ତୀରେଖା, ବିନୋଦିନୀ, ଜ୍ୟୋତ୍ସ୍ନାରାଣୀ,ସୁଜ୍ଞାନୀ,ମନୀଷା, ଆକାଂକ୍ଷା,ସ୍ଵପ୍ନା ରାଣୀ, ମମତା, ଶ୍ରୀନୀବାସି, ମିନତୀ,ଅନୁରାଧା, ମାଧୁରୀ, ଭାରତୀ, ସଂଜ୍ଞା ଶତରୂପା, ମଧୁସ୍ମିତା, ତପସ୍ୱିନୀ,କଳ୍ପନା, ପ୍ରଣିତା, ଗୀତାଞ୍ଜଳି,କୈଳାସ, ରଘୁନାଥ, ଜୟନ୍ତୀ, ଦିପ୍ତିମୟୀ, ପ୍ରଶାନ୍ତ, ରାଜୀବ ଲୋଚନ, ଲକ୍ଷ୍ମଣ, ବିକାଶ, ବସନ୍ତ,ଆଦିତ୍ୟଏବଂ ବର୍ଷାରାଣୀ ବିଷୋୟୀ ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.