ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତ୍ୱରିତ୍ ସୂଚନା ପ୍ରଦାନ ନିମନ୍ତେ ବିଜେଡି ଆଇଟି ଉଇଙ୍ଗ ଗଠନ କରିଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଜି ରାଜ୍ୟ ଆଇଟି ସେଲର ମୁଖ୍ୟ ଡଃ. ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡିର ରାଜ୍ୟ ଆଇଟି ସଂଯୋଜକ ଭାବେ ଜଣାଶୁଣା ଚିକିତ୍ସକ ଡଃ. ହରିଶ୍ଚନ୍ଦ୍ର ଚୌଧୁରୀ, ଯୁବ ବିଜେଡିର ରାଜ୍ୟ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ସଙ୍କେତ ରାୟ, ଦୁଷ୍ମନ୍ତ ବେହେରା ଓ ଶ୍ରୀଜା ଷଢଙ୍ଗୀଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ସୂଚନା ଦେଇଛନ୍ତି ।