ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ନିର୍ମାଣଧିନ ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ପରିଦର୍ଶନ କରିଛନ୍ତି।
ପ୍ରଥମେ କୁଆଁପଡା ଓ ମୂଷାଡଲି ଗ୍ରାମ ନିକଟସ୍ଥ ଛେଳିଗଡ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ଟନେଲ୍ ପରିଭ୍ରମଣ କରି ଛେଳିଗଡ ଗ୍ରାମ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ଡ୍ୟାମସ୍ଥଳ ଓ ବଡଜୋର ନଦୀ ପରିଦର୍ଶନ କରିଥିଲେ। ଏହାପରେ ଜିଲ୍ଲାପାଳ ପିଲିସୁଗୁବା ଠାରେ ନିର୍ମାଣଧୀନ ବିସ୍ଥାପିତ କଲୋନୀରେ ପହଞ୍ଚି କଲୋନୀର ବିକାଶ କରିବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସଇଲଙ୍ଗ ଠାରେ ନିର୍ମିତ ବିଦ୍ୟାଧରପୁର ବିସ୍ଥାପିତ କଲୋନୀକୁ ଭ୍ରମଣ କରି ସେଠାରେ ବିକଶିତ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ ଓ ବିସ୍ଥାପିତ ପରିବାରମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେମାନଙ୍କର ସମସ୍ୟାର ଅଭିଯୋଗ ବୁଝିଥିଲେ।
ଏହି ଗସ୍ତ ସମୟରେ ସ୍ବତନ୍ତ୍ର-ଭୂଅର୍ଜନ ତଥା ଥଇଥାନ ଓ ପୁନର୍ବସତି ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ କହଁର , ଛେଳିଗଡ ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିରେନ୍ଦ୍ର କୁମାର ଜଗତ , ରା. ଉଦୟଗିରି ତହସିଲଦାର ଶ୍ରୀ ଜ୍ୟୋତିମୟ ଦାଶ , ମଣ୍ଡଳ ଅଧିକାରୀ ଶ୍ରୀ ଶିବାଶୀଷ ପଣ୍ଡା ଓ ଶ୍ରୀ ଭୋଳାନାଥ ବେହେରା , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମୀ ଚରଣ ମିଶ୍ର , ସହକାରୀ ଯନ୍ତ୍ରୀ ଶ୍ରୀ ଜୟନ୍ତ ନାୟକ , ଶ୍ରୀ ନିରଞ୍ଜନ ରେଡ୍ଡୀ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ପ୍ରକଳ୍ପ ରେ ଅଂଶୀଦାର ଲୋକ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହିତ ଡ୍ୟାମ କାର୍ଯ୍ୟ ଶୀଘ୍ର ଶେଷ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.