ଭୁବନେଶ୍ୱର, ଅଗଷ୍ଟ ୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜି୍ (ଆଇବିସିଏସ) ପକ୍ଷରୁ ନିକଟରେ ‘ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନ’ ସମ୍ପର୍କିତ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ଉପୁଜୁଥିବା ସମସ୍ୟାର ମୁକାବିଲା କରିବା ନିମନ୍ତେ ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।
ବର୍ତମାନ ସମାଜରେ ଶୈକ୍ଷିକ ଜ୍ଞାନର ପ୍ରଭାବ ସମ୍ପର୍କରେ ମତ ରଖିବା ସହ ବହୁ ବିଷୟକ ଉଦ୍ଭାବନ ଓ ଡିଜିଟାଲ୍ ପରିବର୍ତନର ପ୍ରଭାବ ସମ୍ମିଳିତ ବିକାଶ ଉପରେ ପଡ଼ିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ରଖିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ସେଂଟର ଫର ବାୟୋଟେକ୍ନୋଲଜିର ପ୍ରଫେସର ଏଙ୍କେଟେଶ୍ୱର ସୁବୁଦ୍ଧି ଏବଂ ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ ।
ସମ୍ମିଳନୀର ପରିଚାଳନା ସଂଯୋଜକ ପ୍ରଫେସର ଦାଶ ସମ୍ମିଳନୀର ପ୍ରସଙ୍ଗ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ସଷ୍ଟେନେବୁଲ ଇନୋଭେସନ୍: ଆନ୍ ଇନ୍ଟରଡିସିପ୍ଲିନାରୀ ଆପ୍ରୋଚ ଟୁ ବିଜିନେସ, ହେଲ୍ଥ, ଲ, ଏଗ୍ରିକଲ୍ଚର ଆଣ୍ଡ ସୋସାଇଟି’ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଦାଶ ସମ୍ମଳିନୀର ରିପୋର୍ଟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ସଂଯୋଜକ ପ୍ରଫେସର ପ୍ରୀତି ୱାଇ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.