କାଶୀପୁର – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏକ ଦୁର୍ଗମ ଅଞ୍ଚଳ ନାମରେ ନାମିତି, କିନ୍ତୁ ଏହି ଦୁର୍ଗମ ଅଞ୍ଚଳ କାଶୀପୁର ର ପାଣି ପବନ ଖଣି ସମ୍ପଦ ଓ ଟଙ୍କା ସରକାର ନେଉଛନ୍ତି କିନ୍ତୁ ଏଇଟି ସରକାରଙ୍କ ଯୋଜନା ଠାରୁ ବଞ୍ଚିତ ଛାତ୍ର ଛାତ୍ରୀ, ଏମିତି ଗ୍ରାମ ଅଛି ଯେଉଁଠି କି ପିଲା ସବୁ ଦିନ ସ୍କୁଲ ଯାଉଛନ୍ତି କିନ୍ତୁ ଶିକ୍ଷକ ଙ୍କ ଦେଖା ନାହିଁ |
ଫଟାଗଡ଼ ଗ୍ରାମ ରେ ସ୍କୁଲ ଅଛି ଛାତ୍ର ଛାତ୍ରୀ ମଧ୍ୟ ଅଛନ୍ତି, ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଅଛନ୍ତି କିନ୍ତୁ ଦେଖା ନାହିଁ ଶିକ୍ଷକ |
ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ “ପ୍ରଧାନ ଶିକ୍ଷକ ଅନନ୍ତ ଷଡ଼ଙ୍ଗୀ ପ୍ରତେକ ଦିନ ସ୍କୁଲ ଆସୁନାହାନ୍ତି ଓ ସ୍କୁଲ ୧୦ଟା ରେ ଆସିଲେ ୧ଘଂଟିକା ରେ ଘରକୁ ପଳାଇ ଯାଉଛନ୍ତି | ଛାତ୍ର ଛାତ୍ରୀ ଙ୍କ ମିଡି ମିଲ ଖାଦ୍ୟ ମଧ୍ୟ ଶନିବାର କୁ ଶନିବାର ଦେଉନାହାନ୍ତି ଏବଂ ପ୍ରତେକ ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଖାଇବା ଥାଳି, ଖେଳନା ସରକାର ଦେଉଥିବା ବେଳେ ଏଇଟି ପ୍ରଧାନ ଶିକ୍ଷକ କିଛି ମଧ୍ୟ ଦେଉନାହାନ୍ତି | କିନ୍ତୁ ନିଜ ପକେଟ ଗରମ କରୁଛନ୍ତି ଏବଂ ଶିକ୍ଷୟତ୍ରୀ ଦିବ୍ୟ ଦର୍ଶିନୀ ସାହୁ ମଧ୍ୟ ସବୁଦିନ ଠିକ ସମୟ ରେ ବିଦ୍ୟାଳୟ ଆସୁନାହାନ୍ତି ଓ ବିଦ୍ୟାଳୟ କୁ 12ଟା ରେ ଆସିଲେ 3ଟା ରେ ପଳାଇ ଯାହାନ୍ତି | ଗ୍ରାମବାସୀ ଦିଦି ଙ୍କୁ ପଚାରି ଥିବାରୁ “ପ୍ରଧାନ ଶିକ୍ଷକ ଠିକ ରେ ଆଶୁନାହାନ୍ତି ବୋଲି ମୁ ବି ଆସୁନି “ବୋଲି ଗ୍ରାମବାସୀ ଙ୍କୁ କହିଥିବା ଗ୍ରାମବାସୀ ଙ୍କ ମୁହଁରୁ ଶୁଣିବାକୁ ମିଳୁଛି|
ବହୁବାର କାଶୀପୁର BEO ଅଫିସ ରେ ମଧ୍ୟ ଜଣାଇଲା ପରେ ବି କିଛି କର୍ଣ୍ଣପାତ କରୁନାହାନ୍ତି | ଯଦି ଏମିତି ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରେ ରହିଲେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ | ଏମିତି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ତୁରନ୍ତ ଟ୍ରନସ୍ଫର କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି | ଦେଖା ଯାଉ ଖବର ବାଜିଲା ପରେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ |
Sign in
Sign in
Recover your password.
A password will be e-mailed to you.