ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବିନାୟକପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ । ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ନଅଟି ଶ୍ରେଣୀ ଚାଲିଥିବା ସତ୍ତ୍ବେ ମାତ୍ର ଦୁଇଜଣ ଶିକ୍ଷୟତ୍ରୀଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ । ଫଳରେ ଶିକ୍ଷଣ କାର୍ଯ୍ୟ ସମ୍ପୁର୍ଣ୍ଣ ଭୁଶୁଡ଼ି ପଡ଼ିଛି । ତେଣୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ଏ ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଣୁ ଗୁରୁବାର ଉକ୍ତ ଘଟଣା ଉଗ୍ରରୂପ ଧାରଣ କରିଥିଲା । ଫଳରେ ସମସ୍ତ ଅଭିଭାବକ ଏକତ୍ରିତ ହୋଇ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମଧ୍ୟକୁ ପୁରାଇ ଦେଇ ନଥିଲେ । ସି ଆର ସି ସି ରାଜକିଶୋର ସେଠୀ ଖବର ପାଇ ବୁଝାଇବାକୁ ଯାଇ ସେଠାରେ ଅଟକ ରହିଥିଲେ । ପରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସି ଆର ସି ସି ଶ୍ରୀଧର ପରିଡ଼ା ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଭକ୍ତ ରଞ୍ଜନ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ ଯଥାଶୀଘ୍ର ଜଣେ ଶିକ୍ଷକ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆନ୍ଦୋଳନ କାରି ନିଜ ଜିଦିରେ ଅଟଳ ରହିଥିଲେ । ଶେଷରେ ସାମୟିକ ସମୟ ପାଇଁ ଜଣେ ଶିକ୍ଷକ ଦେବା ସେଠାକୁ ପଠାଇବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା । ଏଭଳି ଭାବେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍କୁଲରେ ପ୍ରାୟ ସାତୋଟି ଶ୍ରେଣୀକୁ ଜଣେ ଶିକ୍ଷକରେ ଚାଲୁଥିବା ବେଳେ ସେ ଗୁଡିକର ଶିକ୍ଷକ ପଦବୀ ଶୀଘ୍ର ପୁରଣ କରାନଗଲେ ଜନ ଅସନ୍ତୋଷ ତୀବ୍ର ରୂପ ନେବ ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଏବଂ ଜଣେ ନିୟମିତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଯଥା ଶୀଘ୍ର ନିଯୁକ୍ତି କରାନଗଲେ ବ୍ଲକର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ନେଇ ସଂଶୟ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.