ପଦ୍ମପୁର:- ପଦ୍ମପୁର ଉପଖଣ୍ଡ କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ଫୁଲତୋଡା ଦେଇ ସ୍ବାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ଦାସ ସୂଚନା କେନ୍ଦ୍ର ଓ ପାଠାଗାର ମଧ୍ୟ ପରିଦର୍ଶନ କରିଥିଲେ ।ଏହି ସମୟ ରେ ବିଭାଗୀୟ କର୍ମଚାରୀ ଶ୍ରୀ ରାୟସିଂ ମାଝୀ, ପୂର୍ବତନ କର୍ମଚାରୀ ନୂଆ ସାହୁ, ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.