ଖଲ୍ଲିକୋଟରୁ ଶିବରାମ ଜେନା\ଶାସକ ପ୍ରଶାସକ: ଖଲିକୋଟ:୩୦/୭, ଆଜି ସ୍ଥାନୀୟ ଖଲ୍ଲିକୋଟ ଏନ୍ ଏ ସି କାର୍ଯ୍ୟାଳୟ ଠାରେ ଏନ୍ ଏ ସି ଚେୟାରମେନ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣାପଡିଛି।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଥିଲେ ଖଲ୍ଲିକୋଟ ବିଧାନସଭା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଏନ୍ ଏ ସି ଚେୟାରମେନ ନିରଞ୍ଜନ ବେହେରା ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଖାଡଙ୍ଗା, ଭାଇସ୍ ଚେୟାରମେନ୍ ଲିଲି ସାହୁ,ଆସିକା ଲୋକସଭା ସାଂସଦା ପ୍ରତିନିଧି ଶଙ୍କର ପ୍ରସାଦ ନାହାକ, ବିଭିନ୍ନ ୱାର୍ଡ ର କାଉନସିଲର ତଥା କାର୍ଯ୍ୟରତ କର୍ମଚାରୀ ମାନେ ଥିଲେ। ବୈଠକ ର ମୁଖ୍ୟ ଭୂମିକା ରେ ଅବତରଣ କରିଥିଲେ ଖଲ୍ଲିକୋଟ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ। ଆଜିର ବିଷୟ ବସ୍ତୁ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଖଲ୍ଲିକୋଟ ର ଉନ୍ନତି ମୂଳକ କାର୍ଯ୍ୟ କେତେ ଦୂର ଅଗ୍ରଗତି କରିଛି । ପରବର୍ତ୍ତୀ କାଳରେ ଆଗାମୀ ଭବିଷ୍ୟତରେ କ’ଣ ସବୁ ପଦକ୍ଷେପ ନିଆଯିବ, ଯାହାଫଳରେ କି ଖଲ୍ଲିକୋଟ ଏନ୍ ଏ ସି ଏକ ସୁନ୍ଦର ସହର ର
ରୂପ ରେଖ ନେବ ବୋଲି ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥଲା। ଉକ୍ତ ବୈଠକରେ ଏଜେଣ୍ଡା ଗୁଡିକ ଥିଲା ,ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା,ରାସନ୍ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା, କାର୍ଯ୍ୟାଳୟର ଆୟ ଓ ବ୍ୟୟ , ରାସ୍ତା ଆଲୋକି କରଣ ,ସହର ସୌନ୍ଦର୍ଯ୍ୟ କରଣ
ନିମନ୍ତେ ବନୀକରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ଆଲୋଚନା ଚକ୍ର ରେ ସ୍ଥାନ ପାଇଥିଲା ବେଳେ, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବାସହୀନ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣର ଆଦେଶ ପତ୍ର ଦେବାର ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post