ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହିରେ ରହୁଥିବା ନାବାଳିକା ଅପହରଣକାରୀ ଅଭିଯୁକ୍ତ ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୁତି ଗ୍ରାମ ଦେଉଳ ପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୁଅ ଶୁଭମ୍ ପଣ୍ଡା (୧୮)କୁ ଓଡ଼ଗାଁ ପୋଲିସ୍ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ । ସେଠାରେ ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପର ପକ୍ଷରେ ମଙ୍ଗଳବାର ଉଦ୍ଧାର ନାବାଳିକାକୁ ତା’ର ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ଓଡ଼ଗାଁ ଏନ୍ଏସି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଭୁବନେଶ୍ୱର ଖାରବେଳ ନଗର ପୋଲିସ ଭୁବନେଶ୍ବର ରେଲୱେ ଷ୍ଟେସନ ପ୍ଳାଟଫର୍ମରୁ ସୋମବାର ରାତିରେ ଉଦ୍ଧାର କରିବା ସହିତ ଅପହରଣକାରୀ ଅଭିଯୁକ୍ତ ଯୁବକକୁ ଅଟକ ରଖିଥିଲେ । ଏ ସମ୍ପର୍କରେ ଓଡ଼ଗାଁ ଥାନାକୁ ଜଣାଇବା ପରେ ଓଡ଼ଗାଁ ପୋଲିସ ଭୁବନେଶ୍ବର ଯାଇ ଖାରବେଳ ନଗର ଥାନା ପୋଲିସ ଠାରୁ ଅପହରଣକାରୀକୁ ନିଜ ହେପାଜତକୁ ଆଣି ମଙ୍ଗଳବାର ସକାଳେ ଓଡ଼ଗାଁରେ ପହଁଞ୍ଚିଥିଲେ।
ପିଡିତାଙ୍କ ଘର ଅଭିଯୋଗ ଅନୁସାରେ ପୋଲିସ ୨୨୧/୨୫ ମାମଲା ରୁଜୁ କରି ଅପହରଣ ଓ ଶିଶୁ ଯୈାନ ନିରୋଧ ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରି ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ସହିତ ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post