ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ ବିଧାୟକ

3

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ ବ୍ରାହ୍ମଣୀ ଠାରୁ ଗଣ୍ଠିଆପାଲି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୬୬ ଲକ୍ଷ ମଞ୍ଜୁର ହୋଇଥିବାବେଳେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଏହି ଅବସରରେ ବିଜେପୁର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶିବାନନ୍ଦ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଆନନ୍ଦ କୁମାର ସାହୁ ଜିଲ୍ଲା ପରିଷଦ ସଦସ୍ଯ ସୁଶାନ୍ତ ଗଡତିଆ, ମହେଶ ଦେବତା ସାଇପାଲି ଗ୍ରାମପଞ୍ଚାୟତ ସରପଞ୍ଚ ସର୍ଜନ ଡନସନା,ବଡ଼ ବ୍ରାହ୍ମଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୟ ସିଂ ଗଡତିଆ, ଙ୍କ ସମେତ ଶତାଧିକ ଉଭୟ ଅଞ୍ଚଳର ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.