ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

3

 ବାସୁଦେବପୁର – ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ମଙ୍ଗଳ ବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭାଗ ନେଇ ଥିଲେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓ ସର୍ବ ମୋଟ ୧୨୦ ଟି ପ୍ରକଳ୍ପ ସ୍ଥାନ ପାଇ ଥିଲା। ଆୟୋଜିତ କାର୍ଯ୍ୟ କ୍ରମ ରେ ପ୍ରଧାନ ଶିକ୍ଷକ ଜ୍ୟୋତି ପ୍ରକାଶ ଲେଙ୍କା ସଭାପତିତ୍ବ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷକ ନୀଳମଣି ବେହେରା ଓ   ଶିକ୍ଷୟିତ୍ରୀ ସୁନୀତୀ ଲତା ସାହୁ ଓ ଜୟନ୍ତୀ ବେହେରା। ଅତିଥି ଭାବେ ଯୋଗଦେଇ ଥିଲେ ସି ଆର ସି ସି ମନୋରଞ୍ଜନ ଧଳ ଓ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ବେହେରା, ଜଗବନ୍ଧୁ ପଣ୍ଡ, ଶ୍ରୀ ନିବାସ ଭୂୟାଁ, ବିଦ୍ୟାଳୟ ଏସ ଏମ ସି ସଭାପତି ଅଜୟ ପଣ୍ଡା,। ଏହି ଅବସର ରେ ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିବା ସହ ବିଚାର ପତି ଭାବେ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର୍ କର ଓ ସତ୍ୟ ବ୍ରତ ନାୟକ ଉପଷ୍ଟିତ ରହିଥିଲେ।

ଉକ୍ତ କାର୍ଯ୍ୟ କ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜ୍ୟୋତି ପ୍ରକାଶ ଲେଙ୍କା ଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ବଳ, ଅନିନ୍ଧିତା ବିଶ୍ଵାଳ, ଗିରିଜା ଶଙ୍କର ମଲ୍ଲିକ, ଦିଲୀପ କୁମାର୍ ସାହୁ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଷ୍ଟାଫ୍ ଉପସ୍ଥିତ ରହି ସଫଳ କରାଇ ଥିଲେ। ଏହି ଅବସର ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ପ୍ରଦାନ କରିବା ସହ ଅଂଶ ଗ୍ରହଣ କରିଥିବା ସମସ୍ତ ବିଦ୍ୟାର୍ଥୀ ମାନ ଙ୍କୁ ମାନ ପତ୍ର ପ୍ରଦାନ କରା ଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି।

Leave A Reply

Your email address will not be published.