ନବରଙ୍ଗପୁର, 30/07/2025,ଅଶୋଳ ସାହୁ, ଶାସକ ପ୍ରଶାସକ,ଆଶା କିରଣ ସ୍ଵତନ୍ତ୍ର ବିଦ୍ୟାଳୟକୁ ଅଚାନକ ନବରଙ୍ଗପୁର ଜିଲ୍ଲାପାଳ ପରି ଦର୍ଶନ କରିଥିଲେ। ପ୍ରକାଶ ଥାଉ କି ନବରଙ୍ଗପୁର ଜିଲ୍ଲାରେ ଏହି କିଛି ଦିନ ପୂର୍ବେ ନୂତନ କରି ଜିଲ୍ଲାପାଳ ଭାବରେ ଡଃ ମହେଶ୍ୱର ସ୍ୱାଇଁ, ଆଇ.ଏ.ଏସ ଯୋଗ ଦେଇଛନ୍ତି। ଆଜି ଠିକ୍ ଚାରିଟା ବେଳେ ସ୍ଵତନ୍ତ୍ର ବିଦ୍ୟାଳୟ ପରି ଦର୍ଶନ କରି ପିଲାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ପାଠ ,ସେମାନଙ୍କ ପୁନଃ ଥଇଥାନ ବିଷୟ ରେ ପଚାରି ଥିଲେ। କର୍ମଚାରୀ ଙ୍କ ସମସ୍ତ ସମସ୍ୟା ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଭୁବନେଶ୍ୱର ଓଡ଼ିଶା ଙ୍କ ଦୃଷ୍ଟି ଗୋଚର କୁ ନେଇ କମ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ। ଏହି ସମୟରେ ପିଲାଙ୍କ ହଷ୍ଟେଲ ,ଶ୍ରେଣୀ ଗୃହ , ବୈଷୟିକ କକ୍ଷ ମଧ୍ୟ ପରି ଦର୍ଶନ କରି ଏହାର ରକ୍ଷଣା ବେକ୍ଷଣ କଥା ବୁଝି ଥିଲେ। ପିଲାଙ୍କ ଦ୍ଵାରା ତିଆରି ହୋଇଥିବା ମହମ ବତୀ,ଫିନାଇଲ ଏବଂ କାଗଜ ତିଆରି ଫୁଲ ତୋଡା ଦେଖି ଖୁସି ବ୍ୟକ୍ତ କରିଥିଲେ। ପିଲାଙ୍କ ଦ୍ଵାରା ତିଆରି କାଗଜ ଫୁଲତୋଡ଼ା କୁ ଜିଲ୍ଲାରେ ହେବାକୁ ଥିବା ଅଫିସିଆଲ୍ ପ୍ରୋଗ୍ରାମ ଗୁଡିକରେ ଦିଆଯିବା ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଆଗାମୀ ଦିନରେ ଗୁଡ଼ିକ ରେ ମୁଁ ପିଲାଙ୍କ କ୍ଲାସ ନେବି ବୋଲି କହିଥିଲେ । ପିଲାଙ୍କୁ ପିଲାଙ୍କୁ କଦଳୀ ବିସ୍କୁଟ ଏବଂ ମିଠା ପ୍ରଦାନ କରିଥିଲେ। ପିଲାଙ୍କ ନିମନ୍ତେ ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ବିଭାଗ ର ଟଙ୍କାରେ ତିଆରି ହୋଇଥିବା ସ୍କୁଲ ଡ୍ରେସ୍ ବଣ୍ଟନ କରିଥିଲେ । ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ଗରୋଡା ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏ ଧନଞ୍ଜୟ ରାଓ ,ସମେତ ଅନେକ ଅଫିସର୍ ଯୋଗ ଦେଇଥିଲେ ।ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସମେତ ଆଶା କିରଣ ର ସମସ୍ତ କର୍ମଚାରୀ ତଥା ସନ୍ଧ୍ୟାରାଣି ବେହେରା,ଶାନ୍ତି ପଣ୍ଡା,ରୀଙ୍କୁରାଜ୍ ବେହେରା,ରଶ୍ମିତା ପ୍ରଧାନ,ପାର୍ବତୀ ଜାନୀ,ଈଶ୍ୱର ବାଞ୍ଜରା ,ଏବଂ ରଶ୍ମିତ୍ ଧାନଫୁଲ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.