ଦ୍ରୁତ ଗତି ରେ ପିକ୍ ଅପ ଭ୍ୟାନ ଯାଇ ଅଙ୍ଗନ ୱାଡ଼ି କେନ୍ଦ୍ର ଭିତରେ ପଶିଲା

3

ରାୟଗଡା ବ୍ଲକ – କୋଲନରା (ଦେବୀପ୍ରସାଦ ମହାନ୍ତି) କୁମୋଟଲ ପେଟା ପଞ୍ଚାୟତ ଅନ୍ତର୍ଗତ ନାଇଡୁ ପେଟା ଗ୍ରାମ ରେ ଗୋଟିଏ ମ୍ୟାକ୍ସ୍ ପିକ୍ ଅପ ଭ୍ୟାନ ରାୟଗଡ଼ା ଠାରୁ ଜେକେପୁର ଆସୁଥିବା ଏକ ପିକଅପ ଭ୍ୟାନ ନଂ ଓଡ଼ି୧୮ ପି୦୪୬୭ ନାଇଡୁପେଟା ଅଙ୍ଗନ ୱାଡି କେନ୍ଦ୍ର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଅଙ୍ଗନବାଡ଼ି କେନ୍ଦ୍ର ପାଚେରୀ ଭିତରକୁ ପୋସିଯାଇଥିଲା ନିଜେ ମାଲିକ ଡ଼୍ରାଇଭଙ୍ଗି କରୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି,ବ୍ରେକ ମାରି ରଖିଦେବା ଯୋଗୁଁ ଗାଡ଼ିଟି ଅଟକି ରହିଯିବାରୁ ଅଳ୍ପକେ ବର୍ତ୍ତିଗଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଧ୍ୟୟନରତ କୁନି କୁନି ଛାତ୍ରୀଛାତ୍ର। ଦୁର୍ଘଟଣା ଘଟାଇ ଡ଼୍ରାଇଭର ଘଟଣା ସ୍ଥଳ ରେ ଗାଡି ଛାଡି ଫେରାର।ହୋଇଯାଇଥିଲା ଘଟଣାରୁ ପ୍ରକାଶ ଯେ, ଗାଡ଼ିଟି ରାୟଗଡ଼ା ଆସୁଥୁବା ବେଳେ ସମ୍ମୁଖରୁ ଏକ ମୋଟରସାଇକେଲ ଆସୁଥିବା ଦେଖ୍ ହଠାତ୍ ବ୍ରେକ ମାରିବାକୁ ଚେଷ୍ଟା କରିଥିଲା। ହେଲେ ଭୁଲ ବଶତଃ ଭାରସାମ୍ୟ ହରାଇ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟକୁ ମାଡ଼ିଯାଇଥିଲା । ଅଳ୍ପକେ ବର୍ତୀ ଗଲେ କୁନି କୁନି ଛାତ୍ର ଛାତ୍ରୀ। ଦେଖଣାହାରୀଙ୍କ କହିବା ଅନୁଯାୟୀ, ଗାଡି ମାଲିକ ଙ୍କ ଲାଇସେନ୍ସ ନଥିବା, ଏବଂ ଏକ୍ସିଲେଟର ମାଡ଼ି ଦେଇଥିବା ଯୋଗୁଁ ଏହିଭଳି ଅଘଟଣ ଘଟିଛି। ତେବେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାପଡିଛି। ଖବରପାଇ ଚାନ୍ଦିଲି ପୋଲିସ ଏକ ମାମଲା ରୁଜୁ କରି ବାହାର କରି ନେବାପାଇଁ କହିଥଲେ ।

Leave A Reply

Your email address will not be published.