ଭଞ୍ଜନଗର କୁ ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନା ର ସମିକ୍ଷା କଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୁ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ଗସ୍ତ କରିଥିବା ଜଣାପଡିଛି। ସେ ସରକାର ଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରିଛନ୍ତି। ସଚିବ ପ୍ରଥମେ ସେ ଭଞ୍ଜନଗର ବ୍ଲକର ମୁଦୁଲିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ସେ ବାଲ୍ୟ ବିବାହ କିଭଳି ରୋକାଯିବ ସେନେଇ ପଦକ୍ଷେପ ନେବାକୁ ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଭଞ୍ଜନଗର ସହର ଭେଜିପୁଟ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଅଙ୍ଗନବାଡିରେ ଦିଆଯାଉଥିବା ଶିକ୍ଷାଦାନ ଓ ବିଭିନ୍ନ କାର୍ଯ୍ୟକ୍ରମ ସଂର୍ପକରେ ପଚାରି ବୁଝିଥିଲେ। ଏଥିସହ କିଶୋରୀ ବାଳିକା,ସୁଭଦ୍ରା ଯୋଜନା ସମେତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଏହାପରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଗୋଟିଏ ଗଛ ମା’ଙ୍କ ନାମରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରା ରୋପଣ କରିଥିଲେ। ସଚିବ ଛା‌ତ୍ରଛାତ୍ରୀଙ୍କୁ ‘ପୋଷ’ ଆଇନ,ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ନିୟମ ସଂର୍ପକରେ ପଚାରିବା ସହ କଲେଜର ଆଇସିସି କମିଟିର କାର୍ଯ୍ୟ ସଂର୍ପକରେ ପଚାରି ବୁଝି ଥିବା ଜଣାପଡିଛି। ଏଥିସହ କଲେଜର ଉନ୍ନତି ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ସଂର୍ପକରେ ଆଲୋଚନା କରିଥିଲେ। ବାହାରୁ ଆସି ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳା ସହ ଛାତ୍ରୀ ମାନଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ କରାଯିବା ସଂର୍ପକରେ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ସଚିବଙ୍କ ଗସ୍ତ ସମୟରେ ପ୍ରୋବେଶନର ଆଇଏଏସ ଅଧିକାରିଣୀ ମ୍ରିଣାଲିକା ରାଠୋର,ଉପଜିଲାପାଳ ଉମା ଶଙ୍କର ବେହେରା,ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏସିଏଫ ବିବେକ କୁମାର ଦାସ, ଡ. ରଶ୍ମିରଞ୍ଜନ ସ୍ବାଇଁ, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଡେପୁଟି କଲେକ୍ଟର ସୁମନ ଘୋଷ, ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ଏନ୍‌ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା,ସିଡିପିଓ ମିଲୀମା କୁମାରୀ ପଣ୍ଡା,କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଭଞ୍ଜନଗର ବ୍ଲକ ଗସ୍ତ ସରିବା ପରେ ସଚିବ ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ପରେ ଛତ୍ରପୁର ଅଭିମୁଖେ ଯାଇଥିବା ସୁଚନା ମିଳିଥିଲା।

Leave A Reply

Your email address will not be published.