ଓଡ଼ଗାଁ,୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲର ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ, ପୂର୍ବତନ ସରପଞ୍ଚ ତଥା ଖେଳମଣିଷ ଦିବାକର ନାୟକ, ପ୍ରକୃତିବନ୍ଧୁ ପଞାନନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ, ବନରକ୍ଷୀ ସୌମ୍ୟରଂଜନ ଦଳେଇ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ନରେଶ ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକ, ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ରାମକୃଷ୍ଣ ସାହୁ, ଗଣେଶ୍ୱର ସାହୁ, ଫକିର ମହାରଣାଙ୍କ ସହିତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଆମ୍ବ, ନଡ଼ିଆ, ପିଜୁଳି, ଚମ୍ପା, ବଉଳ, ଅମୃତଭଣ୍ଡା, ସଜନା, ଜାମୁ, କରମଙ୍ଗା, ଅଶୋକ, କଦଳୀ ଇତ୍ୟାଦି ବିଭିନ୍ନ ପ୍ରକାରର ଗଛର ଚାରା ରୋପଣ କରିଥିଲେ । ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷୟିତ୍ରୀ ରିତା ପଣ୍ଡା ବିଦ୍ୟାଳୟରେ ଲଗାଯାଇଥିବା ଗଛର ଯତ୍ନ ନେବା, ପିଲାମାନଙ୍କୁ ମୋବାଇଲ ରୂପକ ସୈତାନ ଠାରୁ ଦୂରେଇ ରଖିବା, ପଲିଥିନର ବ୍ୟବହାର ନକରିବା ପାଇଁ ଶପଥପାଠ କରାଇଥିଲେ। ଅତିଥି ମାନଙ୍କ ଦ୍ୱାରା ବୃକ୍ଷର ଯତ୍ନ ନେଉଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ କଲମ ପୁରସ୍କାର ଦିଆଯାଇଥିଲା । ପ୍ରତି ପିଲା ଗୋଟିଏ ଗୋଟିଏ ଗଛର ଯତ୍ନ ନେବାପାଇଁ ଅତିଥି ମାନଙ୍କ ଦ୍ଵାରା ପରାମର୍ଶ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post