ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନର ଏକ ସାଂଗଠନିକ ବୈଠକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସଂଗଠନ ସଭାପତି ଗୋରାଚାନ୍ଦ୍ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଅମୂଲ୍ୟ ଦାସ, ସ୍ୱର୍ଗତ ଅଧ୍ୟାପକ ପ୍ରଦୀପ କୁମାର ତ୍ରୀପାଠି ଏବଂ ପୁରାତନ ଛାତ୍ର ସଂଗଠନ କୋଷାଧ୍ୟକ୍ଷ ସ୍ଵର୍ଗତ ରାମ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ଚାରଣ କରାଯାଇଥିଲା I ସମ୍ପାଦକ ଦିବ୍ୟଲୋଚନ ବିଶ୍ଵାଳଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଂଗଠନର ସ୍ଥାୟିତ୍ୱ ଏବଂ ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଆସନ୍ତା ଅଗଷ୍ଟ ମାସରେ ସଂଗଠନ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟ କରାଯିବା ସହ ସଂଗଠନର ବିଭିନ୍ନ ସମସ୍ୟା ଏବଂ ଏକ ପୁରାତନ ଛାତ୍ର ସଂଗଠନ ସ୍ମାରକୀ କୋଠା ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କୁ ଦାବି ଜଣାଇବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତାମତ ଦେଇଥିଲେ I ବୈଠକରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି, ବି ଗୋବିନ୍ଦ ରାଓ, ଅଧ୍ୟାପିକା ରୁନିବାଳା ତ୍ରିପାଠି,ସାଂସ୍କୃତିକ ପରିଷଦ ସହ ଉପସଭାପତି ସୁଶାନ୍ତ ସ୍ଵରୂପାରାଣୀ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ ପ୍ରମୁଖ ଉପସ୍ଥିତ ରହି ଛାତ୍ର ସଂଗଠନର କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ I ବୈଠକରେ ପୁରାତନ ଛାତ୍ର ସଂଗଠନ ଉପସଭାପତି ପ୍ରହଲ୍ଳାଦ ଲେଙ୍କା, ଶିଶିର କୁମାର ସ୍ୱାଇଁ,ସହ ସମ୍ପାଦକ ଚିନ୍ମୟ ପୋଲାଇ,ସଦସ୍ୟ ରମେଶ୍ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସ୍ୱାଇଁ(ବାଲ୍ୟ) ଛାୟାକାନ୍ତ ମହାପାତ୍ର,ଡାକ୍ତର ଦେବୀ ପ୍ରସାଦ ତ୍ରୀପାଠି, ମୁନେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ I ସହ ସମ୍ପାଦକ ସ୍ଵସ୍ତି ସୁନ୍ଦର ସିଅ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.