ଭୁବନେଶ୍ୱର, ୨୯ ଜୁଲାଇ ୨୦୨୫: ଟାଟା ପାୱର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍) ପକ୍ଷରୁ ଏଥିକ୍ସ ଡେ ପାଳିତ । ଭାରତ ରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜନ୍ମଜୟନ୍ତୀ ଅବସରରେ ଏହି ଏଥିକ୍ସ-ଡେ ପାଳିତ ହୋଇଯାଇଛି । କର୍ପୋରେଟ୍ ଅଫିସ୍ ସମେତ ଟିପିସିଓଡିଏଲର ବିଭିନ୍ନ ଅଫିସରେ ଏଥିକ୍ସ-ଡେ ପାଳିତ ହୋଇଯାଇଛି।
କର୍ପୋରେଟ୍ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସିଇଓ ଶ୍ରୀ ଅରଭିନ୍ଦ ସିଂହ, ବରିଷ୍ଠ ଅଧିକାରୀମାନଙ୍କ ସହିତ, ଜେ.ଆର.ଡି. ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଜିବନୀ ଏବଂ ମହାନତା ଉପରେ ଆଲୋଚନା କରିଥିଲେ। ଭାରତରେ ବେସାମରିକ ବିମାନ ଚଳାଚଳର ଅଗ୍ରଣୀ ଠାରୁ ଆରମ୍ଭ କରି ଶିଳ୍ପ, ଅଖଣ୍ଡତା ଏବଂ ନବସୃଜନରେ ଅତୁଳନୀୟ ମାନଦଣ୍ଡ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ଜେ.ଆର.ଡି. ଟାଟାଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ବିଶେଷକରି ଜେ.ଆର.ଡି. ଟାଟା ସର୍ବଦା ଗୁଣବତ୍ତା, ସରଳତା ଏବଂ ନୀତିଶାସ୍ତ୍ର ଉପରେ ଗୁରୁତ୍ୱ ଦେଇଥିଲେ ବୋଲି କାର୍ଯ୍ୟକ୍ରମରେ ଅନେକ ଅଧିକାରୀ ମତପୋଷଣ କରିଥିଲେ।
ଟିପିସିଓଡିଏଲ୍ କର୍ମଚାରୀମାନେ ଭିନ୍ନ ଭିନ୍ନ କାର୍ଯ୍ୟାଳୟରେ ଯୋଗଦେଇ ଏଥିକ୍ସ ଡେ ପାଳନ କରିବା ସହ ଜେ.ଆର୍.ଡି ଟାଟାଙ୍କ କାଳଜୟୀ ମୂଲ୍ୟବୋଧ ଏବଂ ଟାଟା ଗ୍ରୁପର ନୀତିଶାସ୍ତ୍ର, ସ୍ୱଚ୍ଛତା, ଉତ୍କର୍ଷତା ଏବଂ ରାଷ୍ଟ୍ର ପ୍ରତି ସେବାର ମୂଳ ନୀତିଗୁଡ଼ିକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ।
“ଉତ୍କର୍ଷତା ଏକ କାର୍ଯ୍ୟ ନୁହେଁ, ବରଂ ଏକ ଅଭ୍ୟାସ” — ଜେ.ଆର.ଡି. ଟାଟାଙ୍କ ଏହି ସ୍ଥାୟୀ ବିଶ୍ୱାସ ପିଢି ପରେ ପିଢ଼ିକୁ ପ୍ରେରଣା ଦେଇ ଚାଲିଛି ଏବଂ ଟିପିସିଓଡିଏଲର ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଏହା ଏକ ମାର୍ଗଦର୍ଶିକା ହୋଇ ରହିଛି।
Sign in
Sign in
Recover your password.
A password will be e-mailed to you.