ପଦ୍ମପୁର :- ଚୋରା ଚାଲାଣ ହେଉଥିବା କେନ୍ଦୁ କାଠ ସହ ନମ୍ବର ବିହୀନ ଟ୍ରାକ୍ଟର କୁ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ବନବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ରେଞ୍ଜର ରଞ୍ଜିତ ସିଂ ବାବୁ ଙ୍କ ନେତୃତ୍ଵରେ ଏକ ଟିମ୍ ବୁଡ଼େନ ଥାନା ଅନ୍ତର୍ଗତ ସୁଲିଆ ଗ୍ରାମରେ ଚଢାଉ କରି କେନ୍ଦୁ କାଠ ବୋଝେଇ ନମ୍ବର ବିହୀନ ଟ୍ରାକ୍ଟର କୁ ଜବତ କରିଥିଲେ। ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା ର ଶିବ ସାହା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜବତ କାଠର ମୂଲ୍ଯ ୩୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ଚଢାଉ ରେ ଫରେଷ୍ଟର ସରୋଜ ସାହୁ, ପଦ୍ମିନୀ ଭୋଇ, ମାନ ଠେଟୁଆ, କୃଷ୍ଣ ଚନ୍ଦ୍ର ବଡଗୁଛିଆ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post