ଓଡ଼ଗାଁ,୨୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୯୦ ଗୋଟି ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୭୫ ଥିଲା ବ୍ୟକ୍ତିଗତ ଅଭିଯୋଗ । ଏବଂ ୧୩ ଗୋଟି ଗ୍ରାମ ସମୂହ ସମସ୍ୟା ଓ ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା । ଆଜିର ଶିବିରରେ ରେଡ଼କ୍ରସ ସମ୍ବନ୍ଧୀୟ କୌଣସି ସମସ୍ୟା ରହିନଥିଲା । ଶିବିରରେ ୨୨ ସମସ୍ୟାର ତତ୍କାଳ ସମାଧାନ ହୋଇଥିଲା । ଅବଶିଷ୍ଟ ମାମଲା ଗୁଡ଼ିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ରାସନ୍ କାର୍ଡ, ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ଆରଡ଼ା ପଞ୍ଚାୟତ ଗୃହ ନିର୍ମାଣ ପାଇଁ ୮ ବର୍ଷ ପୂର୍ବରୁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ସ୍ଥାନ ନିରୂପଣକୁ ନେଇ ବିବାଦ ଉପୁଜିଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା । ହେଲେ ସମସ୍ୟାର ସମାଧାନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବକୁ ନେଇ ସରପଞ୍ଚ ଏବଂ ସମସ୍ତ ୱାର୍ଡ ମେମ୍ବର ମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲାପାଳ ବିଡ଼ିଓଙ୍କୁ କହିଥିଲେ ।ଦେଓଗାଁ ଭାଲିଆଡିହି ବିବାଦୀୟ ରାସ୍ତା ସମସ୍ୟା ସମାଧାନ କରାଯାଇ ଖୁବ ଶୀଘ୍ର ପକ୍କା ସଡ଼କ ନିର୍ମାଣ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ ବିଶୋଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁ, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଜେନାଙ୍କ ସହିତ ଅନ୍ୟ ଜିଲ୍ଲା ପଦାଧିକାରୀ ମାନେ ଅଭିଯୋଗ ଶୁଣିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post