ରାୟଗଡ- ୨୮/୦୭, ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ତାଙ୍କର ଉଦବୋଧନରେ ବୈଦିକ ଦର୍ଶନ , ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ସିମାଞ୍ଚଳ ପାଲୋ ଯୋଗ ଦେବା ସହ ତାଙ୍କର ବକ୍ତବ୍ୟରେ ବୈଦିକ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ସେହି ଦର୍ଶନ କୁ ଆମ ଜୀବନ ଶୈଳୀରେ ଅପଣେଇଲେ ଜୀବନ ସୁନ୍ଦର ହେଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ପି. ଅରୁଣ କୁମାର ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମ କୁ ଯୁବସଂସ୍କାର କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ପ୍ରିୟଦର୍ଶିନୀ ବଳ, ସହ ସଂଯୋଜିକା ସୁଶ୍ରୀ ସ୍ନେହଞ୍ଜଳି ପାଣ୍ଡେ ଓ ପି ବିନୟ ପରିଚାଳନା କରିଥିଲେ । ଯୁକ୍ତ ତିନି ପ୍ରଥମ ବର୍ଷ ର ସମସ୍ତ ଛାତ୍ରଛତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.