ସାମ୍ବାଦିକ ମୁକେଶ ଭୋଇ ଙ୍କ ମାତୃ ବିଯୋଗ

3

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଓଡିଶା ଭାସ୍କର ସାମ୍ବାଦିକ ମୁକେଶ ଭୋଇ ଙ୍କ ମା ଜୟନ୍ତୀ ଭୋଇ ( ୬0) ଙ୍କ ଆଜି ଦେହାନ୍ତ ହୋଇ ଯାଇଛି | ସେ ଗତ କିଛି ବର୍ଷ ହେବ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ଘରୋଇ ନର୍ସିଙ୍ଗ ହୋମ ଠାରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ବରଗଡ଼ ବିକାଶ ନର୍ସିଙ୍ଗ ହୋମ ରେ ଦେହାନ୍ତ ହେବା ପରେ ନିଜ ବାସଭବନକୁ ଆଣିଥିଲେ। ମୃତ୍ୟୁ ସଜ୍ୟା ନିକଟରେ ସ୍ୱାମୀ କପିଲ ଭୋଇ, ବଡ଼ ପୁଅ ମୁକେଶ କୁମାର ଭୋଇ, ନରେଶ ଭୋଇ, ରାଜେଶ ଭୋଇ,ସୋମନାଥ ଭୋଇ,ବହୁ ସ୍ବର୍ଣ୍ଣପ୍ରଭା ଭୋଇ, ଦମୟନ୍ତୀ ଭୋଇ, ସୁଷମା ଭୋଇ ଝିଅ ପାୟଲ ଭୋଇ,ପୁତୁରା ବିକାଶ ଭୋଇ ସୁବାସ ଭୋଇ, ପ୍ରକାଶ ଭୋଇ, ସତ୍ୟ ନାରାୟଣ ଭୋଇ, ସନତ ଭୋଇ, ଚକମନ ଭୋଇ ଓ ନାତି ତେଜସ ଭୋଇ,ସୁମିତ ଭୋଇ ସୀମରନ ଭୋଇ, ସଙ୍କେତ ଭୋଇ ପରିବାର ଉପସ୍ଥିତ ଥିଲେ। ଶବାଧାର ରେ ବନ୍ଧୁ ପରିଜନ ଓ ଗ୍ରାମବାସୀ ଯାଇ ନିକଟସ୍ଥ ସ୍ମଶାନ ରେ ଶବଦାହ କରିଥିଲେ। ବଡ଼ ପୁଅ ମୁକେଶ ଭୋଇ ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.