ରୋଶନି ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଦକ୍ଷ ଏବଂ ସଶକ୍ତ କରୁଛି ଟିପିସିଓଡିଏଲ୍

3

ଭୁବନେଶ୍ୱର: ଟିପିସିଓଡିଏଲ ପକ୍ଷରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଖୋର୍ଦ୍ଧା ଭୋକେସନାଲ ଟ୍ରେନିଂ ସେଣ୍ଟରରେ ଟିପିସିଓଡିଏଲ ପକ୍ଷରୁ ମହିଳାମାନଙ୍କୁ ତାଲିମ ଦିଆଯିବା ସହ ସେମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି। ଏନଏସଡିସି ପ୍ରମାଣିତ ନିଯୁକ୍ତ ଟେଲରିଂ ପ୍ରଶିକ୍ଷାର୍ଥୀଙ୍କୁ ରୋଶନି ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତି ପ୍ରଦାନ କରାଯାଇଛି। ଯେଉଁଥରେ ସେଡ୍ରାଫିଲଟେରେସନ ପ୍ରାଇଭେଟ ଲିମିଟେଡ କମ୍ପାନୀ ଓ ଟିପିସିଓଡିଏଲର ମିଳିତ ଉଦ୍ୟମରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି ।

୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଲେବୁଲ- ୩ ପ୍ରଡକ୍ସନ ଅସିଷ୍ଟାଣ୍ଟ ଭାବରେ ମନୋନୀତ କରାଯାଇଥିଲା, ଯାହା ଅର୍ଥପୂର୍ଣ୍ଣ ନିଯୁକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଟିପିସିଓଡିଏଲର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିଲା। ଏହି ପଦକ୍ଷେପ ଦକ୍ଷତା ତାଲିମ ଏବଂ ଶିଳ୍ପ ଆବଶ୍ୟକତା ମଧ୍ୟରେ ଥିବା ପାର୍ଥକ୍ୟକୁ ପୂରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସଂରଚିତ ନିଯୁକ୍ତି ସୁଯୋଗ ମାଧ୍ୟମରେ ସ୍ଥାୟୀ ଜୀବିକା ଏବଂ ସମ୍ପ୍ରଦାୟ ବିକାଶକୁ ପ୍ରୋତ୍ସାହିତ କରିବା ଟିପିସିଓଡିଏଲ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.