ବାଣପୁର ବାଲୁଗାଁ ରୋଟାରୀ କ୍ଳବର ନୂତନ କର୍ମକର୍ତ୍ତା ମାନଙ୍କ ଅଧିଷ୍ଠାନ ଉତ୍ସବ ପାଳନ

3

ବାଲୁଗାଁ:(ସେକ କୌସର): ବାଣପୁର ବାଲୁଗାଁ ରୋଟାରୀ କ୍ଳବର ନୂତନ କର୍ମକର୍ତ୍ତା ମାନଙ୍କ ଅଧିଷ୍ଠାନ ଉତ୍ସବ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଙ୍ଘ ସଭାଗୃହରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳନ କରା ଯାଇଥିଲା। ଅତିଥି ଭାବେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ପ୍ରାକ୍ତନ ରୋଟାରୀ ପ୍ରାନ୍ତପାଳ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ସହକାରୀ ପ୍ରାନ୍ତପାଳ ପ୍ରବୀର କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ପୂର୍ବତନ ସଭାପତି ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ଠାରୁ ଚଳିତ ବର୍ଷର ସଭାପତି ସୁନୀଲ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୂର୍ବ ସଂପାଦକ ଅଶୋକ କୁମାର ନାୟକଙ୍କ ଠାରୁ ନୂତନ ସଂପାଦକ ହିମାଂଶୁ କୁମାର ପାତ୍ର ନେବା ଅବସରରେ ଚଳିତ ବର୍ଷ କ୍ଳବ ପକ୍ଷରୁ କରାଯିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କର ଭାଷଣରେ ରୋଟାରୀ କ୍ଳବ ଖାଲି ରାଜ୍ୟରେ ନୁହେଁ କି ଦେଶରେ ନୁହେଁ ସାରା ବିଶ୍ବ ସ୍ତରରେ ସମାଜରେ ନିହାତି ଆବଶ୍ୟକ ଥିବା କାର୍ଯ୍ୟକ୍ରମ ମାନ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବିଷୟ କହିବା ସହିତ ଯେତେବେଳେ ଯେ, କୌଣସି ସମୟରେ କୌଣସି ଆବଶ୍ୟକ ପଡେ ତେବେ ମହାଶୟ ସବୁବେଳେ ରୋଟାରୀ ସହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ପ୍ରାକ୍ତନ ପ୍ରାନ୍ତପାଳ ରୋଟାରୀର ଆଭିମୁଖ୍ୟ ତଥା ସମାଜ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ବିଷୟ ସବୁକୁ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.