ବ୍ରହ୍ମପୁର/ କୈଳାଶ ଚୌଧୁରୀ : ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଲଛମନପଲ୍ଲୀ ଗ୍ରାମର କଲ୍ୟାଣୀ ମହାନ୍ତି ନାମ୍ନୀ ଜଣେ ମହିଳା ନିଜ ଘର ଛାତର ଲୁହା ରଡ୍ ରେ ଲୁଗା ବାନ୍ଧି ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ବାପା ଘର ଆମ୍ବପୁଆ ହୋଇ ଥିବାବେଳେ ଗତ ୧୦ ବର୍ଷ ତଳେ ଲଚ୍ଛମନଲ୍ଲୀ ଗ୍ରାମର ଲଳିତ ମହାନ୍ତି କୁ ବାହା ହୋଇଥିଲା। ଉଭୟଙ୍କ ଦୁଇଟି ସନ୍ତାନ ଅଛନ୍ତି। ମୃତ ମହିଳା ଓ ସ୍ବାମୀଙ୍କ ମଧ୍ୟରେ ପ୍ରାୟ ଦିନ ପାଟିତୁଣ୍ଡ ହେଉଥିଲା ଓ ପରିଶେଷରେ ମହିଳା ଜଣକ ଏହି ଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଆସ୍କା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
Sign in
Sign in
Recover your password.
A password will be e-mailed to you.