ଭୁବନେଶ୍ବର ତା. 26.07.2025- ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ର କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ନମ୍ବର ସରକାରୀ ବିଦ୍ୟାଳୟ ଠାରେ ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇ ଭୁବନେଶ୍ଵର ବିଦ୍ୟାଳୟ ପୁରାତନ ଛାତ୍ର ମହାସଂଘ ଗଠିତ ହେଲା I
ପ୍ରକାଶ ଯୋଗ୍ୟ ଯେ ଓଡିଆ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଶିକ୍ଷା ର ମାନ ବୃଦ୍ଧି,ଛାତ୍ର ଛାତ୍ରୀ ମାନଙ୍କୁ ବିଶୁଦ୍ଧ ପରିବେଶ ରେ ସ୍ଵାସ୍ଥ୍ୟକର ଖାଦ୍ୟ,ବିଶୁଦ୍ଧ ପାଣି,ବୈଷୟିକ ଜ୍ଞାନକୌଶଳ ଶିକ୍ଷା,ବିଭିନ୍ନ ଖେଳର ମାନ ବୃଦ୍ଧି ସାଙ୍ଗକୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭିତରେ ସମ୍ପର୍କର ସୁଧାର ଆଣିବା ଏବଂ ବିଶେଷ କରି ପିତାମାତା ମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠେଇ ନିଶ୍ଚିତ ରହିବ ବାତାବରଣ ସ୍ରୁଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ଜେନା କହିଛନ୍ତି I
ଏହି ବୈଠକରେ ଆଜି ନିଷ୍ପତ୍ତି ହେଲା ଯେ ଆଗାମୀ ଦିନରେ ଭୁବନେଶ୍ଵର ଭିତର ଏବଂ ଆଖପାଖ ଅଞ୍ଚଳର ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ସଂଘ ଗଠନ କରିବାକୁ ପ୍ରୟାସ କରାଯିବ I
ଆଜିର ଏହି ବୈଠକରେ ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଶୀଳଭଦ୍ର ଶାସ୍ତ୍ରୀ,ଚିତରଞ୍ଜନ ବୈରିଶାଲ,ୟୁନିଟ୍-6 ବିଦ୍ୟାଳୟର ସୂର୍ଯ୍ୟନାରାୟଣ ଦାସ,ବରଗଡ଼ ବିଦ୍ୟାଳୟର ପ୍ରତାପ କୁମାର ଜେନା,ୟୁନିଟ୍- 9 ବିଦ୍ୟାଳୟର ଦେବାନନ୍ଦ ସାମଲ,ଅତିଶ ମହାନ୍ତି,ଭକ୍ତ ମଧୁ ବିଦ୍ୟାପୀଠର ରାଜେନ୍ଦ୍ର କୁମାର ସମର୍ଥ,ପାଞ୍ଚ ଗାଁ ବିଦ୍ୟାଳୟର ସତ୍ୟରଞ୍ଜନ ସେନାପତି,ରଘୁନାଥପୁର ବିଦ୍ୟାଳୟର ବିଜୟ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.