ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।

2

ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗ ର ବିଜ୍ଞାନ ମେଳା ରେ ୨୪୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ତ୍ରିପାଠୀ ଶିଶୁ ବାଟିକା ବିଭାଗ ର ଭାଇଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବେ ସଂକୁଳ ପ୍ରମୁଖ ଡ଼ଃ ଦ୍ଵାଦଶ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ଅନୁସନ୍ଧାନ ମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ ସମ୍ଭାଗ ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମମତା ଗଡତିଆ ଉଦ୍ଦେଶ୍ୟ ଜ୍ଞାପନ ସହ ସୂଚନା ପ୍ରଦାନ କରିଥିଲେ। ରାଧାକାନ୍ତ ଗୁରୁଜୀ ସଂଯୋଜନା କରିଥିଲାବେଳେ ଶ୍ରୀଯୁକ୍ତ ପୁଞ୍ଜି ମାର୍ଗ ଦର୍ଶନ କରି ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବର୍ଗରୁ ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।

Leave A Reply

Your email address will not be published.