ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଆଜି (ଶୁକ୍ରବାର) ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀଯୁକ୍ତ ଦାଶ ୧୧ ମାସ ୧୫ ଦିନ ଧରି ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ରହି ଅନେକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରିଆସୁଥିଲେ। ବର୍ତ୍ତମାନ ସେ ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ବଦଳି ହୋଇଛନ୍ତି। ସେ ଜଣେ ମିଷ୍ଟଭାଷୀ , ଦକ୍ଷ ପ୍ରଶାସକ , ପରିଶ୍ରମୀ ପ୍ରଶାସକ ଭାବରେ ଜିଲ୍ଲାର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଗୋଟିଏ ଟିମ୍ ଭାବରେ ଗଠନ କରି କାର୍ଯ୍ୟ କରିଆସୁଥିଲେ। ତାଙ୍କର ସରଳ ଓ ଅମାୟିକ ବ୍ୟବହାର ପାଇଁ ସେ ଜିଲ୍ଲାର ସମସ୍ତ କର୍ମଚାରୀ , ଜନସାଧରଣ , ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କଠାରେ ନିକଟତର ହୋଇପାରିଥିଲେ। ଗଜପତି ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା , ତାଙ୍କ ସମୟରେ ବିଭିନ୍ନ ଜନକଲ୍ୟାଣ କାରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରି ଆସୁଥିଲେ।
ଏହି ବିଦାୟକାଳୀନ ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରକେଟା , ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ୍ଵ) ଶ୍ରୀ ମୁନିଦ୍ର ହାନେଗା , ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ସଭାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ପ୍ରମୁଖ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସଭାରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.