ଓଡିଶା ସାହିତ୍ୟ ଏକାଡେମୀ ର ୬୮ ତମ ସ୍ଵନକ୍ଷତ୍ର ଦିବସରେ ଜଗତସିଂହପୁର ଜିଲ୍ଲା ର କୃତିତ୍ଵ

2

ଜଗତସିଂହପୁର, ତା ୨୫.୦୭.୨୫: ସୁମନ୍ତ କୁମାର ଦାସ: ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୮ ତମ ସ୍ଵନକ୍ଷତ୍ର ଦିବସ ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାର ୨ଜଣ ଛାତ୍ରୀ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର, ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାରା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଲେ, ବରିଷ୍ଠ ବର୍ଗ କବିତା ଆବୃତ୍ତି ରେ କେନ୍ଦ୍ରୀୟ ବିଦ୍ୟାଳୟ ଜଗତସିଂହପୁରର ଦଶମ ଶ୍ରେଣୀ ଛାତ୍ରୀ ଦୀପଶିଖା ମିଶ୍ର ଦ୍ବିତୀୟ ଏବଂ ବରିଷ୍ଠ ବର୍ଗ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ,ନାଉଗାଁ ହାଟର
ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ପୋଲାଇ, ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରକାଶ ଥାଉକି, ଗତ ଜୁଲାଇ ୯ ତାରିଖ ଦିନ ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ କନିଷ୍ଠ ବର୍ଗ ୧୩.୦୭.୨୫ ଓ ବରିଷ୍ଠ ବର୍ଗ ୨୦.୦୭.୨୫ ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.