କୋଲନରା. (ଦେବୀପ୍ରସାଦ ମହାନ୍ତି )ମୁନିଗୁଡ଼ା – ଚନ୍ଦ୍ରପୁର ବ୍ଲକ ସରକାର ସ୍ୱାସ୍ଥ୍ୟ ତ୍ରର ଏବଂ ଶିକ୍ଷା ପ୍ରତି ଗୁରୁତ୍ଵ ଦେଇ ଆସୁଛି, ସେଥିପାଇଁ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଖାଦ୍ୟ,ପୋଷକ, ବହିପତ୍ରର ମାଗଣା ସୁବିଧା କରିଛନ୍ତି। ହେଲେ ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ସ୍କୁଲମାନଙ୍କରେ ମୈ।ଳିକ ସୁବିଧା ଯୋଗାଇ ଦେବାରେ ପ୍ରଶାସନ ଫେଲମାରି ଥିବା ଦେଖିବାକୁ ମିଳିଛି। କେଉଁଠି ଶିକ୍ଷକ ଅଧ ଲକ୍ଷରୁ ଉର୍ଦ୍ଧ୍ବ ମାସିକ ଦରମା ନେଇ ଶିକ୍ଷା ଦାନ ପାଇଁ ବିଦ୍ୟାଳୟକୁ ଆସୁନଥିବା ବେଳେ ଭଙ୍ଗା ସ୍କୁଲ ଘରେ ଅସୁରକ୍ଷିତ ଅବସ୍ଥାରେ ଗୋଟିଏ କୋଠରୀରେ ୪ଟି ଶ୍ରେଣୀର ପିଲା ପାଠପଢୁ ଛନ୍ତି । ଏପରି ଏକ ଅଭାବନୀୟ ବିଦ୍ୟାଳୟ ଦେବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ କ ବିଜାପୁର ପଞ୍ଚାୟତ ଗୁଣ୍ଡୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଏଠାରେ ବିଦ୍ୟାଳୟର ଗୃହ ଭଗ୍ନ ଅବସ୍ଥାରେ ଥାଇ ମଧ୍ଯ ଦୁଇଟି କୋଠରୀରେ ୧୧ ଶ୍ରେଣୀର ୫୮ଜଣ ଛାତ୍ର ଛାତ୍ରୀଙ୍କୁ ଜଣେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ଦୁଷ୍ମନ୍ତ କୁମାର,ତାଙ୍କ ଇଝା ରେ ପାଠ,ପଢାଇ ସମୟ ଅତି ବାହିତ କରୁଅଛନ୍ତି ।
ଅନ୍ୟଜଣେ ଶିକ୍ଷକ ରମେଶ ଶ୍ରୀରାମ ରାମ ଗୁଣୁପୁରୁରେ ରହି ଅଧିକାଂଶ ଦିନ ସ୍କୁଲକୁ ଆସନ୍ତି ଆସନ୍ତି ନାହିଁ । ଫଳରେ ଏକମାତ୍ର ପ୍ରଧାନ ଶିକ୍ଷକ,ଶିକ୍ଷକ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତପିଲାମାନଙ୍କୁ କି ପ୍ରକାର ଶିକ୍ଷା ଦାନ ଦ୍ବେ ତାହା ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଏନେଇ ଚନ୍ଦ୍ର ପୁରୁ ବିଇଓ ଗଣେଶ ଶବରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ସହକାରୀ ଶିକ୍ଷକ ରମେଶ ଶ୍ରୀରାମଙ୍କର ବାରମ୍ବାର ମନ ଇଛା ଅନୁ ପସ୍ଥିତ ନେଇ କୈଫିୟତ ମଗା ଯାଇଛି, ଏବେ ଆପଣଙ୍କ ମାଧ୍ୟମରେ ଜାଣିବା ପରେ ତଦନ୍ତ କରି ତାଙ୍କର ଦରମା ବନ୍ଦ କରାଯିବ, ଏହାପରେ ସ୍କୁଲକୁ, ନିୟମିତ ନଆସିଲେ ହେଲେ ତାଙ୍କ ନାମରେ ବିଭାଗୀୟ ପ୍ରୋସିଡିଂ ହୋଇ ସସପେଣ୍ଡ କରାଯିବ ବଲୀ ବିଇ ଓ ଆମ ଗଣମାଧ୍ଯମକୁ କହିଥିଲେ । ଏନେଇ ଶିକ୍ଷକଙ୍କ ବି ବିରୋଧ ରେ ନିୟମିତ ସ୍କୁଲକୁ ଆସୁନଥିବା ଓ ନିମ୍ନମାନର ମଧ୍ୟାହ୍ନଭେlଜନ ଠିକ୍ ରୁପେ ଦେଉନଥିବା, ଅଭିଭାବିକା ଓ ଛାତ୍ର ଛାତ୍ରୀ ଏବଂ ରୋଷେଇଆ ? ମାନଙ୍କ ତରଫରୁ କହି ଥିବା ଶୁଣିବାକୁ ମିଳିଛି ।
କମୁପଦର ସ୍କୁଲରେ ପହଞ୍ଚି ସେଠାରେ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ମହିଳା ଶିକ୍ଷୟିତ୍ରୀ ଥୁବା ବେଳେ ଅନ୍ୟ ଜଣେ ଶିକ୍ଷକ ରମାକାନ୍ତ ବାଦସୀ ବୁଧବାର ଦିନ ଅନ୍ୟାନ୍ୟ ଦିନ ଭଳି ଅନୁପସ୍ଥିତ ଥିଲେ । ସେହିପରି ବିଜାପୁର ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲର ? ୮ଜଣ ଶିକ୍ଷକଙ୍କ ମଧ୍ୟରୁ ୩ଜଣ ଶିକ୍ଷକ ? ? ରାମନାଥ ପତ୍ରୀ, କେଦାରନାଥ ରାଓ, ଉଦୟନାଥ ରାଜ ରାଇକା ଅନୁପସ୍ଥିତ ଥିବା ଦେଖ୍ ବାକୁ ମିଳି ଥିଲା । ଏଥି ରେ ସିଆରିସିଙ୍କର ସମ୍ପୃକ୍ତ ଥାଇ କେତେକ ଶିକ୍ଷକ ମାସର ଅଧୂକାଂଶ ଦିନ ଅନୁପସ୍ଥିତ ରହିବା ଓ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଛାତ୍ର ଛାତ୍ରୀମାନଙ୍କୁ ଖାଇ ବାକୁ ଦିଆଯାଉଥିବା ଓ କଞ୍ଚା ଶିଝା ଅଣ୍ଡା କୁ ବିନା ଆଳୁ ଟମାଟୋ ପକାଇ ପାଣି ଝୋଳ କରି ଦିଆଯାଉଥିବା ନେଇ ବିଇଓ ଙ୍କୁ ସମସ୍ତ ବିଷୟ ବୁଧବାର ଜଣାଇଲ୍କା ପରେ ସେମାନଙ୍କୁ କୈଫିୟତ ମାଗିବାକୁ ଆଜି ବିଇଓ ଙ୍କୁ ଚନ୍ଦ୍ରପୁରୁ ଯାଇଥିବା,
ଫୋନ୍ ଯୋଗେ ଜଣାପଡିଛି। ସରକାର ସଚେତନ ହୋଇ ସ୍କୁଲମାନଙ୍କରେ ଥିବା ମୈIଳିକ ସମସ୍ୟା ଦୂର କଲେ ଶିକ୍ଷା ଦାନର ସୁଧାର ଆଶିବ ବୋଲି ଶିକ୍ଷା ବିତ ମାନେ ମତ ପ୍ରକାଶକରିଛନ୍ତି ।
Sign in
Sign in
Recover your password.
A password will be e-mailed to you.