ଭୁବନେଶ୍ୱର, ଜୁଲାଇ ୨୪: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ନିକଟରେ ରାଜ୍ୟସ୍ତରୀୟ ନବଜାତ ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ (ଏନଆଇଭି) କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ ଡାକ୍ତର ଓ ନର୍ସ ଯୋଗ ଦେଇଥିଲେ ।
ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ ପ୍ରକ୍ରିୟାର ବିଭିନ୍ନ ପ୍ରୟୋଗ ସମେତ କନ୍ଟିନୁୁ୍ୟୟସ ପଜିଟିଭ୍ ଏୟାରୱେ ପ୍ରେସର (ସିପିଏପି), ହାଇ ଫ୍ଲୋ ନାଜାଲ କାନୁଲା (ଏଚ୍ଏଫ୍ଏନ୍ସି) ଏବଂ ନନ୍ ଇନ୍ଭାସିଭ୍ ପଜିଟିଭ ପ୍ରେସର ଭେନ୍ଟିଲେସନ୍ (ଏନ୍ଆଇପିପିଭି) ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚଏମ୍), ନ୍ୟାସ୍ନାଲ୍ ନିଓନାଟୋଲଜି ଫୋରମ୍ (ଏନ୍ଏନ୍ଏଫ୍), ଓଡ଼ିଶା ଓ ୟୁନିସେଫର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।
ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ ଏହି କର୍ମଶାଳାର ସଂଯୋଜକ ଥିଲେ ।
କର୍ମଶାଳାରେ ଡାକ୍ତର ନନ୍ଦଙ୍କ ସହିତ ଏମ୍ସ ଭୁବନେଶ୍ୱରର ନବଜାତ ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ତାପସ ସୋମ, ପ୍ରଫେସର (ଡାକ୍ତର) ପଙ୍କଜ ମହାନ୍ତି, କିମ୍ସ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ସନ୍ତୋଷ ପଣ୍ଡା, ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ରତନ କୁମାର ଦାସ ଏବଂ ଆସୋସିଏଟ୍ ପ୍ରଫେସର (ଡାକ୍ତର) ବିଜୟ କୁମାର ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
ଏହି କର୍ମଶାଳାରେ ଏନଏନ୍ଏଫ୍ ଓଡ଼ିଶାର ସଭାପତି ଡାକ୍ତର ଆଲୋକ ସ୍ୱାଇଁ, ୟୁନିସେଫର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବ୍ରଜେଶ ରାଜ ମେହେତା, ଚାଇଲ୍ଡ ହେଲ୍ଥର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପ୍ରତିଭା ପ୍ରଧାନ ଏବଂ କନ୍ସଲ୍ଟାଂଟ ଡାକ୍ତର ଅନିନ୍ଦିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ରାଜ୍ୟରେ ନବଜାତ ଶିଶୁ ମୃତୁ୍ୟହାର ହ୍ରାସ ନିମନ୍ତେ ଏପରି କର୍ମଶାଳା ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
Sign in
Sign in
Recover your password.
A password will be e-mailed to you.